Thursday, March 28, 2024

Top 5 This Week

Related Posts

ବିପୁଳ ପରିମାଣ ର ଗଞ୍ଜେଇ ସହିତ ମିନିଟ୍ରକ, ଏକ ବାଇକ ଜବତ : ତିନି ଜଣ ଗଞ୍ଜେଇ ମାଫିଆ ଗିରଫ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୦୮/୦୬) : ମନମୁଣ୍ଡା ପୋଲିସ କୁ ମିଳିଛି ବଡ଼ ସଫଳତା । ବିପୁଳ ପରିମାଣ ର ଗଞ୍ଜେଇ ଜବତ ସହ ତିନି ଜନ ମାଫିଆ କୁ ଗିରଫ କରିଛି ପୋଲିସ ।WhatsApp Image 2022 06 08 at 7.51.22 PM ବିପୁଳ ପରିମାଣ ର ଗଞ୍ଜେଇ ସହିତ ମିନିଟ୍ରକ, ଏକ ବାଇକ ଜବତ : ତିନି ଜଣ ଗଞ୍ଜେଇ ମାଫିଆ ଗିରଫ

ସୂଚନା ମତେ ମନମୁଣ୍ଡା ଥାନା ଅଞ୍ଚଳ ର ଦୁଇଟି ପୃଥିକ ସ୍ଥାନରେ ଗଞ୍ଜେଇ ଚୋରା ଚାଲାଣ ନେଇ କୌଣସି ସୂତ୍ର ଖବର ପାଇ ମନମୁଣ୍ଡା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ କୂଆଘରା ନିକଟରେ ଏକ ମିନି ଟ୍ରକରୁ ବିପୁଳ ପରିମାଣ ର (୧ କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ) ଗଞ୍ଜେଇ ମିନିଟ୍ରକ ସହ ଚାଲାଣ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରିଥିବା ବେଳେ ଗୁଣ୍ଡୁଳିଆ ବ୍ରିଜ ନିକଟରେ ଏକ ବାଇକ ରୁ ୧୦ କେଜି ଗଞ୍ଜେଇ ଜବତ ସହ ମାଫିଆ ମାନଙ୍କୁ ଗିରଫ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା ର ଧନେଶ୍ୱର ମେହେର, ବିହାର ରାଜ୍ୟ ର ଆଖିଲେସ କୁମାର ଓ ଝାରଖଣ୍ଡ ର ଗୁଳାପ ନେବି ବୋଲି ଜଣାପଡୁଛି । ଉକ୍ତ ଗଞ୍ଜେଇ କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଉଛି ।

Popular Articles