Related Contents

ବିନା ସୂଚନା ଫଳକରେ ବେଧଡକ ଚାଲିଛି କଂକ୍ରିଟ କାମ

କଳାହାଣ୍ଡି, ମ.ରାମପୁର(ଡିଙ୍ଗର କିଶୋର ସାହୁ): ସରକାର ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ କିଛି ନୀତି ନିୟମ ପାଳନ କରିବା ପାଇଁ ନିର୍ଦେଶ କରିଥିଲେ ମଧ୍ୟ ସରକାରୀ ଓ ଠିକାଦାର ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ଗୁଡିକ ନିମ୍ନମାନର ହେବାରେ ଲାଗିଛି ।

ଏପରି ଏକ ଘଟଣା ନଜରକୁ ଆସିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରିନଜା ଗ୍ରାମରେ । ଉକ୍ତ ଗ୍ରାମର ଗଣ୍ଡ ବାହାଳି କଟାରେ ଚାଲିଥିବା କଂକ୍ରିଟ କାମରେ ମାଟି ଭିତରୁ ବାହାର କରାଯାଉଥିବା ଚୋପା ଯୁକ୍ତ ମେଟାଲ ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଳରେ ସୂଚନାଫଳକ ତିଆରି ହୋଇ ନ ଥିବା ଦେଖିବାକୁ ମିଳିଛି । ସରକାରଙ୍କ କୋଟି କୋଟି ଟଙ୍କା ବିନିମୟରେ ଜନସାଧାରଣ ପାଇଁ କାମ ହେଉଛି କିନ୍ତୁ ଏଠି ଚାଲିଛି ନିମ୍ନ ମାନର କାର୍ଯ୍ୟ | ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଅନ୍ତର୍ଗତ ଗଣ୍ଡଵାହାଲି କଟାରେ ବିନା ସୂଚନା ଫଳକରେ କାମ ଚାଲିଛି । ଯେହେତୁ ଅତି ନିମ୍ନ ମାନର ମେଟାଲ ରେ କାମ ଚାଲିଛି, ତେଣୁ ତାହା ନଷ୍ଟ ହେଵା ସହିତ କାମ ଦୁର୍ବଳ ହେବାର ଆଶଙ୍କା ରହିଛି । ଯାହାକି କ୍ରସର ମେଟାଲ ଲଗାଇ କାମ ହେବା କଥା ପୁଣି ଏଠି ପଡିଛି କୁଣା ପଥରରେ ତିଆରି ହୋଇଥିବା ମେଟାଲ ।

ଏନେଇ ବିଭାଗୀୟ ଯନ୍ତ୍ରୀ ମଳୟ ଶତପଥୀକୁ ଫୋନ ଯୋଗେ ପଚାରିବାରୁ ମୁଁ ସୂଚନା ଫଳକ ଲଗାଇବା ପାଇଁ କହିଥିଲି କ୍ରସର ମେଟାଲ ଲଗାଇ କାମ କରିବାକୁ କହିଵି ନ ହେଲେ‌ କାମ ବନ୍ଦ କରାଯିବ ବୋଲି କହିଥିଲେ ।

Comments are closed.