ଜଙ୍ଗଲୀ ଛତୁ ଖାଇ ୮ଜଣ ଶ୍ରମିକ ଗୁରୁତର ହୋଇ ଜ଼ିଲ୍ଲା ମେଡିକାଲରେ ଭର୍ତ୍ତି

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କଲ୍ୟାଣସିଂପୁର ବ୍ଲକର ସେରିଗୁମା ଓ ଶିକାରପାଈ ପଂଚାୟତ ମଧ୍ୟରେ ବିରିଡ଼ା ଗ୍ରାମ ଠାରେ ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମରେ ନିୟୋଜିତ ଶ୍ରମିକ ମାନେ କାମ ସାରି ମଧ୍ୟାହ୍ନରେ ଖାଇବାକୁ ଶ୍ରମିକମାନେ କ୍ୟାମ୍ପକୁ ଆସିଥିଲେ |

ଏହିସମୟରେ ଏକ ଶ୍ରମିକ କିଛି ଜଙ୍ଗଲୀ ଛତୁ ଆଣି ଦେଇଥିଲେ | ସେହି ଛତୁକୁ ରୋଷେଇ କରି ଖାଇଥିଲେ ଖାଇବାର ଅଳ୍ପ ସମୟରେ ପରେ ସମସ୍ତ ଶ୍ରମିକ ଅସୁସ୍ଥ ଅନୁଭବ କରି ଝାଡା ବାନ୍ତି ଆରମ୍ଭ କରିଥିଲେ | ଏହି ସମୟରେ ଠିକାଦାର ଶ୍ରମିକ ମାନଂକୁ ଆଣି ନିକଟସ୍ଥ ଶିକାରପାଈ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ଏହି ଖବର ପାଇ କଲ୍ୟାସିଂପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଂଚିଥିଲେ | ଓଡ଼ିଆ ପ୍ରାଥମିକ ଚିକିତ୍ସା କରି ରାୟଗଡ଼ ଜ଼ିଲ୍ଲା ମେଡିକାଲକୁ ଡାକ୍ତର ସାଇପ୍ରସାଦ ଅସୁସ୍ଥ ଶ୍ରମିକ ମାନଂକୁ ପଠାଇ ଦେଇଥିଲେ | ଏହି ଅସୁସ୍ଥ ଶ୍ରମିକ ମାନେ ଜ଼ିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ | ପରେ ସେମାନଙ୍କ ଚିକିତ୍ସା କରାଯାଇଥିଲା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିଲା | ଅସୁସ୍ଥ ଶ୍ରମୀକମାନେ ହେଲେ ସୁବୁ ମିନିଅକା, ସୁଦର୍ଶନ ମାଝୀ, କବିତା ପୀଡ଼ିସିକା, ହରି ବେନୀୟା, ସୁନ୍ଦେ ମିନିୟକା, ଭରତ ନାୟକ, ଭୀମ ନାୟକ ଓ ସୁମିତ୍ରା ନାଗ | ବର୍ତମାନ ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି ସେମାନଙ୍କୁ ଏହିଠାରୁ ଡିସ୍ଚାର୍ଜ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି |

Comments are closed.