ମଦ ପାଇଁ ସ୍ତ୍ରୀ ର ବେକ କାଟିଲା ସ୍ୱାମୀ

0
133
ମଦ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର/କୋରାପୁଟ, (୦୮/୦୬) : ମଦ ନେଇଛି ଜୀବନ। ମଦ ପିଇବାକୁ ପତ୍ନୀ ଟଙ୍କା ନ ଦେବାରୁ ତାକୁ ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । କୋରାପୁଟ ସଦରଥାନା ଅନ୍ତର୍ଗତ ଛୋଟାଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମୃତକ ଜଣକ ଜାନକୀ ମୁଦୁଲି । ଘଟଣାସ୍ଥଳରେ ସଦର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏସ୍‌ଡିପିଓ କହିଛନ୍ତି, ପ୍ରାଥମିକ ତଦନ୍ତରୁ ମୃତ ମହିଳାଙ୍କ ସ୍ୱାମୀ ଦାମୋଦର ଦାମୀ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରି ତାଙ୍କୁ ଅଟକ ରଖି ପଚରା ଉଚୁରା କରଯାଉଛି । ପାରିପାର୍ଶ୍ୱିକ ତଦନ୍ତରୁ ଜଣାପଡିଛି ଯେ, ମଦ କୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା ।

ଏହାକୁ ନେଇ ଦାମୋଦର ତାଙ୍କ ପତ୍ନୀକୁ ହତ୍ୟା କରିଛନ୍ତି । ତେବେ ତଦନ୍ତ ସରିବା ପରେ ସବୁକିଛି ସ୍ପଷ୍ଟ ହେବ । ତେବେ ଦାମୋଦର ଏହି କାଣ୍ଡ ଘଟାଇ ନ ଥିବା ଗଣମାଧ୍ୟମକୁ କହିଛନ୍ତି । ତାଙ୍କ କହିବା ମୁତାବକ, ଆଜି ସକାଳ ପ୍ରାୟ ୬ଟା ବେଳେ ସେ ଶୌଚ ପାଇଁ ନଦୀକୁ ଯାଇଥିଲେ । ଫେରିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କ ମୃତ ଦେହ ଘରେ ପଡିଥିବା ଦେଖିଥିଲେ ।

ପାଖରେ ଏକ ପରିବା କଟା ଛୋଟ ଛୁରିଟିଏ ମଧ୍ୟ ପଡିଥିଲା । ତେଣୁ ସେ ଆତ୍ମହତ୍ୟା କରିଥାଇପାରନ୍ତି । ତେଣେ ମଦ ପାଇଁ ଅଧିକାଂଶ ସମୟ ପାରିବାରିକ କଳହ ଲାଗି ରହୁଥିବାରୁ ଏହା ହିଁ ମୃତ୍ୟୁ ପଛର କାରଣ ବୋଲି ପାଖ ପଡ଼ୋଶୀ ଲୋକ କହିଛନ୍ତି ।