Related Contents

ନାଇରା ଗ୍ରାମରେ ପ୍ରବଳ ଗ୍ରୀଷ୍ମ ସାଙ୍ଗକୁ ପାନୀୟ ଜଳର ଘୋର ଅଭାବ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ପଦ୍ମପୁର ବ୍ଲକ ଅନ୍ତର୍ଗତ ନାଇରା ଗ୍ରାମରେ ପାନୀୟ ଜଳ ସମସ୍ୟା ଘୋର ଅଭାବ ଦେଖାଦେଇଛି | ନାଇରା ହେଉଛି ପଂଚାୟତର ବେଶ ଚର୍ଚ୍ଚିତ ଗ୍ରାମ ଏହି ଗ୍ରାମରେ ୨୦୦୦ଲୋକ ବସବାସ କରନ୍ତି |

ଏହି ଗ୍ରାମକୁ ପାନୀୟ ଜଳ ନିମନ୍ତେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ ଏକ ଭୂତଳ ନଳକୂପ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଉଛି | ଅନୁସନ୍ଧାନରୁ ଜଣାଯାଇଛି ଯେ ସମଗ୍ର ଗ୍ରାମକୁ ଜଳଯୋଗାଣ ନିମନ୍ତେ ପ୍ଲାଷ୍ଟିକ ପାଇପ ବିଛାଇ ପାଣି ଦିଆଯାଉଥିଲା | ବହୁ ବର୍ଷା ହେବାରୁ ପାଇପ ସବୁ ଚୋକ ହୋଇଯାଇଛି ଯଦ୍ୱାରା ପାଣି ସଠିକ ଭାବେ ପହଂଚି ପାରୁନାହିଁ | ଏହି ବିଷୟ ନେଇ କିଛି ଦିନ ତଳେ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ ଋତୁରାଜଙ୍କ ନାଇରା ପରିଦର୍ଶନ ସମୟରେ ଲୋକମାନେ ଏହି ବିଷୟରେ ଅଭିଯୋଗ କରିଥିଲେ | ଏହାର ସମାଧାନ ତିନି ଦିନ ମଧ୍ୟରେ ସମାଧାନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଗୀତାଞ୍ଜଳି ହୁଇକାଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ୍ୟ ନିର୍ଦେଶ କାର୍ଯ୍ୟକାରୀ ହେଇନାହଁ | ଯଦ୍ୱାରା ଲୋକମାନେ ଗୋଟିଏ ପଟେ ଅସହ୍ୟ ଖରା ସାଙ୍ଗକୁ ପାନୀୟ ଜଳର ଅସୁବିଧା ଭୋଗ କରୁଛନ୍ତି | ଲୋକେ ଏକ ହାଣ୍ଡି ପାଣି ପାଇଁ ମୋଟର ବାଇକରେ ବହୁ ଦୂରକୁ ଯାଇ ପାଣି ଆଣନ୍ତି | ପଂଚାୟତ ସଦର ମହକୁମାରେ ଯଦି ଏହି ଅବସ୍ଥା ହେଲେ ପାହାଡିଆ ଅଂଚଳବାସି ପାଣି ନିମନ୍ତେ କଣ ହେଉଥିବ ଆପଣ ମାନେ ବିଚାର କରନ୍ତୁ | ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବା ନିହାତି ଆବଶ୍ୟକ | ଏହି ଗ୍ରାମର ଜନସାଧାରଣ ପାନୀୟ ଜଳ ସମସ୍ୟାର ସମାଧାନ କରିବା ଜ଼ିଲ୍ଲା ପ୍ରସାଶନ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି |

Comments are closed.