ବଢ଼ିଲା ଧାନ ର MSP, ଏବେ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା

0
153
ବଢ଼ିଲା ଧାନ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୮/୦୬) : ବଢ଼ିଲା ଧାନ ମୂଲ୍ୟ । କ୍ୱିଣ୍ଟାଲ ପିଛା ବୃଦ୍ଧି ହେଲା ଧାନ ଦର । ଖରିଫ ଋତୁ ପାଇଁ ୧୭ ଟି ଫସଲ ର MSP ବଢ଼ାଇଲେ କେନ୍ଦ୍ର ସରକାର ।

ବଢ଼ିଲା ଧାନ ର MSP । MSP ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ ର ନିଷ୍ପତ୍ତି ହୋଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ତେବେ ୧୭ ଟି ଫସଲ ମଧ୍ୟରୁ ଧାନ ଦର କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ।

ତେବେ ୧୦୦ ଟଙ୍କା ବୃଦ୍ଧି ହେବା ପରେ ଧାନ କୁଇଣ୍ଟାଲ ପିଛା ଏବେ ୨୦୪୦ ଟଙ୍କାରେ ପହଞ୍ଚିଛି । ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଧାନ ର MSP ବୃଦ୍ଧି ପାଇଁ ଚାଷୀମାନେ ଆନ୍ଦୋଳନ କରି ଆସୁଥିଲେ । ଏବେ ସରକାର କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି କରିଛନ୍ତି ।