Related Contents

ବିବାହ ଭୋଜି ଖାଇ ଝାଡା ବାନ୍ତିରେ ୫୦ରୁ ଉର୍ଦ୍ଧ ଆକ୍ରାନ୍ତ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତ ଚିଙ୍ଗିଡିଆଗୁଡା ଏବଂ କେଲୁଗୁଡା ଗ୍ରାମର ୫୦ରୁ ଊର୍ଦ୍ଧ୍ଵ ଲୋକ ବିବାହ ଭୋଜିଖାଇ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି | ସେମାନଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି |

ଖବରରୁ ପ୍ରକାଶ ଯେ, ଚିଙ୍ଗିଡିଆଗୁଡା ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏହି ବିବାହ ଭୋଜି ଖାଇ ସାରି ଘରକୁ ଫେରିବା ପରେ ଅନେକଙ୍କୁ ବାନ୍ତି ସହ ଝାଡ଼ା ହୋଇଥିଲା | ଚିଙ୍ଗୁଡିଆଗୁଡା ଏବଂ କେଲୁଗୁଡା ଗ୍ରାମର ପ୍ରାୟ ଲୋକଙ୍କୁ ଝାଡ଼ା ଓ ବାନ୍ତି ହୋଇଥିବା ଖବର ଜଣାପଡ଼ିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା |

ବୈପାରୀଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଆରୋଗ୍ୟ ହେବା ପରେ ୨୦ରୁ ଅଧିକଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ଡାକ୍ତର ସୁଜିତ ପରିଡା କହିଛନ୍ତି | ଅନ୍ୟମାନଙ୍କର ଚିକିତ୍ସା ଚାଲିଛି ଯଥାଶୀଘ୍ର ସେମାନଙ୍କୁ ସୁସ୍ଥ କରାଯାଇ ଘରକୁ ପଠାଯିବ ବୋଲି ସେ କହିଛନ୍ତି | ବୈପାରିଗୁଡା ଡାକ୍ତରଖାନାରେ ବେଡ଼ ଅଭାବ ଯୋଗୁଁ ବହୁ ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଥିଲା

Comments are closed.