ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତୀଲେ ଗୋଟିଏ ପରିବାରର ୬ଜଣ ସଦସ୍ୟ

ବୈପାରୀଗୁଡା(ଏନ.ସନ୍ତୋଷ): ବିଳମ୍ବିତ ରାତିରେ ବୈପାରୀଗୁଡା ବ୍ଲକ କୋଲାର ପଞ୍ଚାୟତ ଅନ୍ତର୍ଗତ ବୋରଇଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି |

ଘରେ ପରିବାର ସମସ୍ତ ସଦସ୍ୟ ଶୋଇଥିବା ସମୟରେ କୌଣସି ଏକ କାରଣରୁ ସେହି ଘରେ ନିଆଁ ଲାଗିଯାଇଥିଲା | ଭାଗ୍ୟବସତ କୋଣସି ଜୀବନ ହାନି ହୋଇ ନଥିବା ଘର ମାଲିକ ଶ୍ୟାମ ଗୌଡ଼ ପ୍ରକାଶ କରିଛନ୍ତି | ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ସାମଗ୍ରୀ ଧାନ,ଚାଉଳ,ମାଣ୍ଡିଆ, ଆସବାବପତ୍ର, ଲୁଗାପଟା, ଟଙ୍କା କୁଡ଼ିଏ ହଜାର, ସୁନା ଦୁଇ ତୁଳା, ଜରୁରୀ କାଗଜପତ୍ର, ପିଲାଙ୍କ ଖାତା ବହି ଇତ୍ୟାଦି ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ବିଶେଷ କିଛି ଫଳ ମିଳିଲା ନାହିଁ, ବହୁ କଷ୍ଟ ପରେ ନିଆଁକୁ କାବୁ କରାଯାଇଥିଲା, କିନ୍ତୁ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ବେଳେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି | ଏହି ଘଟଣାରେ ଘର ମାଲିକଙ୍କ ପରିବାର ସହ ଗ୍ରାମବାସି ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି | କୁଲି କାମ କରି ଶ୍ୟାମ ୬ଜଣ ସଦସ୍ୟଙ୍କୁ ନେଇ ନିଜ ପରିବାର ଚଲାଉଥିବା ବେଳେ ଏବେ ଅସହାୟ ହୋଇପଡିଛନ୍ତି | ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପରିବାରକୁ ସହାୟତା କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି |

Comments are closed.