Friday, March 29, 2024

Top 5 This Week

Related Posts

ରଥ ମରାମତି ଓ ମନ୍ଦିର ପରିବେଶ ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୦୬) : ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ର ବୌଦ୍ଧ ରେ ହେବାକୁଥିବା ଘୋଷ ଯାତ୍ରା କୁ ମହାସମାରୋହରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ, ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଉଦ୍ଦ୍ୟମ ଜାରି ରହିଛି । ଅତିରିକ୍ତ ଜିଲ୍ଲାପାଳ ରଥ ମରାମତି ଓ ମନ୍ଦିର ପରିବେଶ ତଦାରଖ କରିଛନ୍ତି ।WhatsApp Image 2022 06 08 at 5.38.09 AM ରଥ ମରାମତି ଓ ମନ୍ଦିର ପରିବେଶ ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ

ଆଜି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ରଥ ଖଳା କୁ ଯାଇ ରଥ ମରାମତି ଓ ମନ୍ଦିର ପରିବେଶ ତଦାରଖ କରିଥିଲେ । ରଥ ର ଗୋଟିଏ ଚକ ନଷ୍ଟ ହୋଇଥିବା ବେଳେ ରଥ ବେଢାରେ ପଡ଼ିଥିବା ସମସ୍ତ ପଟା କୁ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି । ପରେ ମନ୍ଦିର ପରିସର ସଫା ସୁତୁରା କରାଇବା ପାଇଁ ବୌଦ୍ଧ NAC କୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ NAC କର୍ମଚାରୀ ଙ୍କ ସମେତ ସୁଶ୍ରୀ ଦଳବେହେରା, ଲୋକସୂଚନା ଅଧିକାରୀ ରିତାକାନ୍ତି ବଳିୟାରସିଂ, ମନ୍ଦିର ପରିଚାଳନା କମିଟି ବ୍ରାହ୍ମଣ ସମାଜ ମିଳିତ ଉଦ୍ଦ୍ୟମ ରେ ସଫା କରିଥିଲେ ।

Popular Articles