ଜ଼ିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦେଶକ ରାୟଗଡ଼ଙ୍କ ନାଇରା ଓ ଡ଼େରିଗାଁ ଗ୍ରାମ ପଂଚାୟତ ପରିଦର୍ଶନ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ ଋତୁରାଜ ଆଇ ଏ ଏସ ନାଇରା ଓ ଡ଼େରିଗାଁ ଗ୍ରାମ ପଂଚାୟତ ପରିଦର୍ଶନରେ ଆସି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଥିଲେ |

ଏହି ସମୟରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିୟୋଜନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ | ନାଇରା ଠାରେ ନୂତନ ଭାବେ ନିର୍ମିତ ରୁଷୀୟ ବନ୍ଧ ଯାହାକି ଏମଜିଏନଆରଜିଏସ ଅଧୀନରେ ଚାଲିଛି | ତାହାର ପରିଦର୍ଶନ କରିବା ସହ ବର୍ଷା ଋତୁ ପୂର୍ବରୁ ସମସ୍ତ ମାଟି କାମ ଗାଇଡ଼ ଲାଇନ ଅନୁଯାଇ ଶେଷ କରିବା ନିମନ୍ତେ ସରପଞ୍ଚ ଓ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ | ଏହାପରେ ନାଇରା ପଂଚାୟତର ଅରବିନ୍ଦ ନଗରକୁ ଯାଇ ପାନୀୟ ଜଳଯୋଗାଣ ବିଷୟରେ ଅନୁଧ୍ୟାନ କରିଥିଲେ | ଏହି ସମୟରେ ସ୍ଥାନୀୟ ଅଧିବାସୀ ଶ୍ୟାମସୁନ୍ଦର ମହାନ୍ତି ନରେନ୍ଦ୍ର ସାହୁ ଏହି ଅଂଚଳକୁ ପାଣି ଆସୁ ନ ଥିବାର ଅଭିଯୋଗ କରିଥିଲେ | ପ୍ରକଳ୍ପ ନିର୍ଦେଶକ ପାଣି ସମସ୍ୟାର ସମାଧାନ ତିନି ଦିନ ମଧ୍ୟରେ ସମାଧାନ କରି ରିପୋର୍ଟ ପ୍ରଦର୍ଶନ ନିମନ୍ତେ ପଦ୍ମପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଗୀତାଞ୍ଜଳି ହୁଇକାଙ୍କୁ ଆଦେଶ ଦେଇଥିଲେ |

ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଏହା କିପରି ଚାଲିଛି ପଚାରି ବୁଝିଥିଲେ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିଲେ | ଏହି ଗସ୍ତ ସମୟରେ ପଦ୍ମପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଅଗସ୍ତି ପ୍ରଧାନ ଏପିଡି ବିଷି କେଷସନ ଲିମା ସହକାରୀ ଯନ୍ତ୍ରୀ ପୂର୍ଣଚନ୍ଦ୍ର ସାହୁ କନିଷ୍ଠ ଯନ୍ତ୍ରୀ ପରଖିତ ମିଶ୍ର ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗଗନ ରଥ ଜି ଆର ଏସ ବଳରାମ ପାଣିଗ୍ରାହୀ ସରପଞ୍ଚ ତୁଳସା ଶବର ଉପସ୍ଥିତ ଥିଲେ |

Comments are closed.