ଅଗ୍ନିକାଣ୍ଡର ୨୦ଦିନ ପରେ ବି କ୍ଷତିଗ୍ରସ୍ତ ଲୋକେ ଗଛ ମୂଳେ ଜୀବନ ବିତାଉଛନ୍ତି

ପଡିଆ,ମାଲକାନଗିରି(ନୟମି ଖରା): ମାଓ ଉପଦ୍ରୁତ ମାଲକାନଗିରି ଜ଼ିଲ୍ଲାର ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ପଡିଆ ବ୍ଲକର ସଦର ମହକୁମାରେ ଗତ ଏପ୍ରିଲ ମାସ ୨୫ତାରିଖରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଗୋଟି ପରିବାର ସମ୍ପୂର୍ଣ୍ଣ ଭାବେ ସର୍ବସ୍ୱାନ୍ତ ହୋଇ ସର୍ବସ୍ବ ହରାଇବସିଥିଲେ |

ଅତି ଦ୍ଵୟନୀୟ ଭାବେ ଜୀବନ ବିତାଉଛନ୍ତି କିଏ ଗଛ ମୂଳେ ତ କିଏ ଅନ୍ୟର ବାରଣ୍ଡାରେ ଅନ୍ୟ କିଏ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇ ରହୁଛନ୍ତି | ଏଥି ପ୍ରତି ଜ଼ିଲ୍ଲା ପ୍ରସାଶନ କିମ୍ବା ସ୍ଥାନୀୟ ବ୍ଲକ କି ତହସିଲ ପ୍ରସାଶନ ଦୃଷ୍ଟି ଦେଇନଥିବା ଅଭିଯୋଗ ହେଉଛି | ତେଣୁ କ୍ଷତିଗ୍ରସ୍ତ ନିଜର ଘରକୁ ସଜାଡିବାରେ ଲାଗିପଡିଛନ୍ତି | ପଡିଆ ମୁଖ୍ୟ ବଜ଼ାରରେ ଏହି ଅଗ୍ନିକାଣ୍ଡ ପରେ ସରକାରଙ୍କ ତରଫରୁ ଖଣ୍ଡେ ପଲିଥିନ ଦିଆଯାଇଥିଲା କିନ୍ତୁ ଅନ୍ୟ କୌଣସି ସୁବିଧା ଯୋଗାଇଦିଆଯାଇ ନାହିଁ | ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳକୁ ବହୁ ନେତା ଆସି ବହୁତ ଆଶ୍ୱାସନା ଦେଉଥିଲେ କିନ୍ତୁ ନିର୍ବାଚନ ପରେ ଏପରି ଦୁର୍ଦ୍ଦିନରେ କୌଣସି ରାଜନେତା ବା ସମାଜସେବୀଙ୍କ ଦେଖାନାହିଁ | ଏହିଭଳି ସମୟରେ ଦୁଇମୁଠା ଖାଇଲୁକି ନାହିଁ କିଏ ମଧ୍ୟ୍ୟ ପଚାରୁ ନାହାନ୍ତି ବୋଲି ଅତି ଦୁଃଖର ସହ କ୍ଷତିଗ୍ରସ୍ତ ଲୋକେ କହିଛନ୍ତି | ଏହି ବିଷୟରେ ସ୍ଥାନୀୟ ତହସିଲଦାର ଭବାନୀ ଶଙ୍କର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଆରଆଇ ଦେଇଥିବା ରିପୋର୍ଟ ଜ଼ିଲ୍ଲା ପ୍ରସାଶନଙ୍କୁ ପଠାଯାଇଛି | ଯଥା ଶିଗ୍ର ସରକାରଙ୍କ ତରଫରୁ ସାହାଯ୍ୟ କରାଯିବ | ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଲୋକଙ୍କୁ ବହୁ ଶିଘ୍ର ସାହାଯ୍ୟ ପାଇଁ ଜନସାଧାରଣରେ ଦାବି ହେଉଛି |

Comments are closed.