Friday, March 29, 2024

Top 5 This Week

Related Posts

ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବାକୁ ଜିଲ୍ଲା ସ୍ତରୀୟ ବୈଠକ 

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୬) : ବୌଦ୍ଧ ଜିଲ୍ଲାରେ ସମବାୟ ସମିତି ଗୁଡିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ଏକ ଜିଲ୍ଲା ସ୍ତରୀୟ ବୈଠକ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି ।

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବହେରା, ଉପଜିଲାପାଳ ସନତ କୁମାର ନାଏକ, ଡିଏସପି (ଡିଆଇବି) ଦେବାଶିଷ ଧଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ମଙ୍ଗଳ ସୋରେନ, ଅତରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଏଚପିଓ ସୁଧାଂଶୂ ଭୁଷଣ ସା, ସମବାୟ ନିରୀକ୍ଷକ ଗୁରୁଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାରେ ସମବାୟ ଗୁଡିକରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯/୬/୨୦୨୨ ରିଖରେ ଥିବା ବେଳେ ଦିତୀୟ ପର୍ଯ୍ୟାୟ ନିର୍ବାଚନ ୨୬/୬/୨୦୨୨ ରେ ଅନୁଷ୍ଠିତ ହେବ । ଉଭୟ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାରେ ହୋଇ ପାରିବ ସେ ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେବାସହ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଗୋଟି ସମବାୟ ସମିତି ଖୁଣ୍ଟବନ୍ଧ, ଆମ୍ବଝରୀ, ସରସରା, ପୁରୁଣାକଟକ, ଶଙ୍କୁଲୋଇ, କୁସଙ୍ଗ, ଆଡେଣୀଗଡ, ସିମିଳିପଦର, ଯୋଗିନ୍ଦ୍ରପୁର ଓ କଣ୍ଟାମଲ ସେବା ସମବାୟ ସମିତିରେ ହେବାକୁ ଥିବାବେଳେ ସେଥି ମଧ୍ୟରୁ ଉତ୍ତେଜନା ପ୍ରବଣ ସମିତି ଗୁଡିକରେ କଡା ସୁରକ୍ଷାରେ ନିର୍ବାଚନ କରାଯିବ ବୋଲି ସମବାୟ ସମିତି ସମୁହ ଶ୍ରୀ ସରେନ ସୁଚନା ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ର ୨୮ ଗୋଟି ସମିତି ର ସମସ୍ତ କମିଟି ସଦସ୍ୟ ମାନେ ବିନା ପ୍ରତିଦ୍ୱନ୍ଦୀତାରେ ନିର୍ବାଚିତ ହୋଇଛନ୍ତି । ନିଦ୍ୱର୍ନ୍ଦରେ ନିର୍ବାଚନ ହୋଇଥିବା ୨୮ ଗୋଟି ସମିତି ପାଇ ସଭାପତି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ରେ ୪୦ ଗୋଟି ସମବାୟ ସମିତିର ନିର୍ବାଚନ ହେବାକୁ ଥିବା ବେଳେ ସେ ନେଇ କିପରି ପ୍ରସ୍ତୁତି ଚାଲିଛି ସେ ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ସମୀକ୍ଷା କରିବା ସହ ଜିଲ୍ଲାରେ ନିୟମ ଅନୁଯାୟୀ ନିର୍ବାଚନ କରିବାକୁ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

Popular Articles