ପଡିଆ ଠାରେ ତହସିଲ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ଦାବି

ପଡିଆ, ମାଲକାନଗିରି(ନୟମି ଖରା): ସରକାର ଲୋକଙ୍କ ସୁବିଧା ନିମନ୍ତେ ଯଥା ଜମିଜମା କାର୍ଯ୍ୟ ସାଙ୍ଗକୁ ଜାତିଗତ ପ୍ରମାଣ ପତ୍ର ବାସସ୍ଥାନ ପ୍ରମାଣପତ୍ର କିପରି ସୁବିଧାରେ ପାଇପାରିବେ ସେଥିପାଇଁ ପ୍ରତି ବ୍ଲକରେ ଏକ ତହସିଲ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ନିଷ୍ପତି ନେଇ ପ୍ରତ୍ୟକ ବ୍ଲକରେ ଗୋଟିଏ ତହସିଲ କାର୍ଯ୍ୟାଳୟ ଖୋଲିଥିଲେ |

ହେଲେ ମାଲାକାଗିରି ଜ଼ିଲ୍ଲାର ପଡିଆ ବ୍ଲକ ଏଥିରୁ ସମ୍ପୂର୍ଣ୍ଣ ବାଦ ପୋଡ଼ିଯାଇଛି | ଘଟଣାରୁ ପ୍ରକାଶ ଯେ ପଡିଆ ବ୍ଲକର ଜନସାଧାରଣ ମୋଟୁ ତହସିଲ ଉପରେ ନିର୍ଭର କରୁଥିଲେ | ପଡିଆ ଠାରୁ ମୋଟୁ ହେଉଛି ଦୀର୍ଘ ୮୦କିଲୋମିଟରରୁ ଊର୍ଧ୍ଵ ରାସ୍ତା | ଗୋଟିଏ ପ୍ରମାଣ ପାତ୍ର ପାଇଁ ମୋଟୁକୁ ହିଁ ଯିବାକୁ ପଡେ, ଏନେଇ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପଡିଆ ବ୍ଲକର ନୀଲୀଗୁଡ଼ା ସିମିଳିବଞ୍ଚୁ କଲଦାମପାଲି ବପନପାଲି ତ ଜନସାଧାରଣ ମୋଟୁ ତହସିଲ ଉପରେ ନିର୍ଭର କରନ୍ତି | ପଡିଆରୁ ବାହାରି ମୋଟୁରେ ପହଂଚି କାମ ସମାପ୍ତି କରି ପଡିଆରେ ପହଂଚିବା କଷ୍ଟକର ବ୍ୟାପାର | ଗତ ୨୦୧୭ପଂଚାୟତ ନିର୍ବାଚନ ପୂର୍ବରୁ ମୋଟୁ ପୂସୁଗୁଡା ତାନ୍ତାଵାଈ ଭୁବନପାଲି କାଲିମେଳା ପଂଚାୟତ ସମିତିରେ ମିଶିଗଲା କିନ୍ତୁ ପଡିଆ ବାସି ସେହି ମୋଟୁ ତହସିଲ ଉପରେ ହିଁ ନିର୍ଭର କରନ୍ତି | ଏହି ପରିପ୍ରେକ୍ଷୀରେ ଏମଭି ୫୮ଗ୍ରାମର ପ୍ରସଂଜିତ ମଜୁମଦାର, ପ୍ରତାପ ମଜ଼ମୁଦାର, ଲକ୍ଷ୍ମୀ ଅଧିକାରୀ, ଗୋବିନ୍ଦ ସରକାର ପ୍ରମୁଖ ସେମାନେ ନିଜ ପିଲାମାନଙ୍କ ପାଠପଢା ନିମନ୍ତେ ଜାତିଗତ ପ୍ରମାଣ ପତ୍ର ପାଇଁ କିପରି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ତାହା କହିଛନ୍ତି | ସ୍ଥାନୀୟ ତହସିଲଦାର ଏଥି ପ୍ରତି ଅବଗତ ଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ |

ତହସିଲଦାର ଭବାନୀ ଶଙ୍କର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଆଗାମୀ ସପ୍ତାହରୁ ପଡିଆ ଠାରେ ଏକଦିନ ଉପସ୍ଥିତ ରହି ଜମିଜମା କାର୍ଯ୍ୟ ସାଙ୍ଗକୁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରାଯିବ କିନ୍ତୁ ସ୍ଥାୟୀ ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା ସରକାରଙ୍କ ଉପରେ ନିର୍ଭର କରେ | ଜ଼ିଲ୍ଲା ପ୍ରସାଶନ ଏଥି ପ୍ରତି ଦୃଷ୍ଟି ଦେଇ ପଡିଆଠାରେ ଏକ ତହସିଲ ପ୍ରତିଷ୍ଠା ନିମନ୍ତେ ସରକାରଙ୍କୁ ସୁପାରିଶ କରିବା ନିମନ୍ତେ ଜନସାଧାରଣ ଦାବି କରୁଛନ୍ତି |

Comments are closed.