ବିଶ୍ୱବେଦାନ୍ତ ମମତା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

0
152
ବିଶ୍ୱବେଦାନ୍ତ ମମତା

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, ତା (୭/୬) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଚାଟିକୋଣା ପଞ୍ଚାୟତ ର ବଡ଼ମଟକବାଡ଼ି ଠାରେ ଗତ ୫ ତାରିଖରେ ବିଶ୍ୱବେଦାନ୍ତ ମମତା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।

ବିଶ୍ୱବେଦାନ୍ତ ମମତା ତରଫରୁ ଏହି କାର୍ଯ୍ୟକ୍ରମ ଅବସରରେ କିଶୋରୀ ବାଳିକା ମାନେ ନୃତ୍ୟ ପରିବେଷଣ କରିଥିଲେ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରାକବିଦ୍ୟାଳୟ ର ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ବିଶ୍ଵ ପରିବେଶ ଦିବସ ପାଳନ ସହ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଗଛ ଲଗାଇବା ଓ ତାକୁ ବଞ୍ଚାଇବା ପାଇଁ ଜଳସେଚନ ବ୍ୟବସ୍ଥା ପୂର୍ବକ ପ୍ରତ୍ୟେକ ଗଛ ପାଇଁ ପାଣିଟାଙ୍କି ରଖିବା ପାଇଁ ଶପଥ ପାଠ କରିଥିଲେ ।

ବର୍ଷାଜଳ ସଂରକ୍ଷଣ ପାଇଁ ବଡ ମଟକବାଡି, ବିରସାଗୁଡା, ଲଟା ଗୁଡା ଗ୍ରାମବାସୀ ସରପଞ୍ଚଙ୍କୁ ଅନୁରୋଧରେ ସରପଞ୍ଚ ପ୍ରତିଶ୍ରୁତି ରକ୍ଷା କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ବେଡନାନ୍ତ କୋଡ଼ିନେଟର ସସ୍ମିତା, ଅଙ୍ଗନବାଡି କର୍ମୀ କବିତା କୁମାରୀ ସେନାପତି ପରିଚାଳନା କରିଥିଲେ ।