Related Contents

ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ୨୦୧୯

ହରିଶଙ୍କର,ଖପ୍ରାଖୋଲ (ଭୋଜରାଜ ବରିହା): ଚଳିତ ବର୍ଷ ମଇ ମାସ ୧୬ ତାରିଖ ରୁ ୧୮ ତାରିଖ ତିନି ଦିନ ଧରି ହରିଶଙ୍କର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ପିଠ । ଏହି ପିଠରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଚଳିତ ମାସ ୧୬ ତାରିଖ ରୁ ଆରମ୍ଭ ହୋଇ ଆଜି ୧୮ ସମାପ୍ତ ହେବ । ଏହି ମେଳାରେ ପବିତ୍ର ଦେବ ମନ୍ତ୍ର, ହୋମ ଯଜ୍ଞ ସହିତ ବୈଶାଖ ମେଳା ଆରମ୍ଭ ହୋଇଛି ।

ପ୍ରଥମେ ମନ୍ଦିର ନିକଟ ଝରଣା କୂଳରେ ଥିବା ଅସ୍ଥାୟୀ ଯଜ୍ଞ ମଣ୍ଡପରେ ଵିଷ୍ଣୁ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ପାପନାସିନୀ ଝରଣାରୁ କଳସ ନେଇ ଯଜ୍ଞ ମଣ୍ଡପରେ ସ୍ଥାପନ କଲାପରେ ଆବାହନ ପଞ୍ଚଦେବ ପୂଜା ସହିତ ବିଷ୍ଣୁ ମହାଯଜ୍ଞ ଆରମ୍ଭ ହୋଇଥିଲା । ପୂଜା କର୍ତା ସୁଶୀଲ କୁମାର ଗୁରୁଙ୍କ ସହପତ୍ନୀ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ୩ଦିନ ଧରି ଏହି ଯଜ୍ଞ ଅନୁଷ୍ଟିତ ହେବ । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଛନ୍ଦlକରଣ ମିଶ୍ର ,ସାନନ୍ଦ ଯୋଶୀ ,ସଂଜୟ କୁମାର ମିଶ୍ର, ସୁଶାନ୍ତ କୁମାର ଠାକୁର ତରଣୀସେନ ଦାଶ,ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ ପାପନାସିନୀ ଝରଣାରେ ସ୍ନାନ କରି ହରିଶଙ୍କର ବାବାଙ୍କ ଦର୍ଶନ କରୁଥିବା ବେଳେ ମେଳାକୁ ଆସିଥିବା ଭଳି କି ଭଳି ଦୋକାନରୁ ଆବଶ୍ୟକ ସାମଗ୍ରୀ କିଣିଥିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ପଲ୍ଲୀଶ୍ରୀ ମେଳା ଖୋଲାଯାଇଥିବାବଳେ ଏସଏଜଜି ମହିଳା ମାନେ ନିଜ ନିଜ ଉତ୍ପାଦିତ ଜିନିଷ ବିକ୍ରି କରିଛନ୍ତି । ସେହିପରି ମୁଖ୍ୟ ଆକର୍ଷଣ ପାଲଟିଛି ହର୍ବାଲ ମେଳା । ୪୦ ରୁ ଉର୍ଦ୍ଧ ଷ୍ଟଲରେ ବୈଦ୍ୟମାନେ ନିଜ ପ୍ରସ୍ତୁତି ଔଷଧ ବିକ୍ରି ସହ ଚେରିମୂଳି ପଦର୍ଶିତ କରିଛନ୍ତି । ଉପଖଣ୍ଡ ପ୍ରଶାସନ, ପୋଲିସ ପ୍ରଶାସନ, ଦେବୋତ୍ତର ବିଭାଗ, ପରିଚାଳନା ସବକମିଟି ସହିତ ବିଭିନ୍ନ ଅନୁଷ୍ଠାନ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପାଟଣାଗଡ଼ ଏସ ଡି ପି ଓ ସୁରେଶ କୁମାର ନାଏକ, ଖପ୍ରାଖୋଲ ଆଇ ଆଇ ସି ଜୈତୀ ରଞ୍ଜନ ପତିଙ୍କ ନେତୃତ୍ବରେ ୧୦ପ୍ଲାଟୁନ ପୋଲିସ ଫୋର୍ଷ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହୋଇଛନ୍ତି । ସେହିପରି ଖପ୍ରାଖୋଲ ମହାବିଦ୍ୟାଳୟ ଜୁନିୟର ରେଡ଼କ୍ରସ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସେବା କାର୍ଯ୍ୟ କରୁଥିବାବେଳେ ସ୍କ୍ୱାଉଟ ଏଣ୍ଡ ଗାଇଡ଼ସ ତରଫରୁ ଦହିପାଣି ବଣ୍ଟନ, ସତ୍ୟସାଇ ସେବା ସଂଘ ବି ଡି ସି ସି ବ୍ୟାଙ୍କ ଲାଠୋର ଶାଖା ବିଭିନ୍ନ ବିହନ କମ୍ପାନି ତରଫରୁ ପାନୀୟ ଜଳ ବଣ୍ଟନ କରାଯାଇଛି।ସେହିପରି ଭୁଲିଆ ସମାଜ ଉନ୍ନୟନ ପରିଷଦ ତରଫରୁ ଅନ୍ନ ଛତ୍ର ବ୍ୟବସ୍ଥା କରାଯାଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ଭୋଜନ ସୁବିଧାରେ ପାଉଛନ୍ତି ।

ମେଳାରେ ପ୍ରଥମ ଦିନ ସନ୍ଧ୍ୟାରେ ପାରମ୍ପାରିକ ଭାବେ ପ୍ରଦୀପ ପ୍ରଜ୍ଵଲନ କରି ମହୋତ୍ସବ ଉଦଘାଟନ ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମଟି ଅଧ୍ୟାପକ ବଳଭଦ୍ର ଦାସ ଅଧ୍ୟକ୍ଷତାରେ ଅନୁଷ୍ଟିତ ହେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରି ଶକ୍ତି କୃଷ୍ଠନ କେ ପି ଯୋଗଦେଇଥିଲେ । ସମ୍ମାନିତଅତିଥି ବି ଡ଼ି ଓ ତରଣୀ ସୁନା, ତହସିଲଦାର ନିରଞ୍ଜନ ନାୟକ ଅତିରିକ୍ତ ତହସିଲଦାର ଜୟନ୍ତ ସାହୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ୟକିଶୋର ଜୟପୁରିୟା ଯୋଗଦେଇଥିଲେ | ପ୍ରଥମ ସନ୍ଧ୍ୟାରେ ସବୁ ଜିଲ୍ଲାର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।

Comments are closed.