ସ୍ୱାମୀ ଙ୍କୁ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ କଲେ ପତ୍ନୀ

0
119
ସ୍ୱାମୀ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୭/୬) : ମନମୁଣ୍ଡା ଥାନା ରାବିଡି ଗ୍ରାମ ର ପାଲେଶ୍ଵର ହାତୀଙ୍କ ସମେତ ୪ ଜଣ ଯୁବକ ମିଶି ସ୍ୱାମୀ ଙ୍କୁ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ କଲେ ରୋଜାଲିନ ମିଶ୍ର । 

ଗ୍ରାମ ପାର୍ଶ୍ଵରେ ଥିବା ନାଳକୁ ମାଛ ମାରିବାକୁ ଯାଇ ନାଳ ନିକଟରେ ଚାଷ ଜମିକୁ ପାଣି ମଡେଇବା ପାଇଁ ଥିବା ପାଣି ମଟର ବିଦ୍ୟୁତ ସଂସ୍ପର୍ଶରେ ଆଘାତ ଦେଇ ସ୍ୱାମୀ ପୃଥ୍ୱୀରାଜ ମିଶ୍ରଙ୍କୁ ଗତ ୨ ତାରିଖ ଦିନ ମାରି ଦେଇଥିବା ନେଇ ଆଜି ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ରାବିଡି ଗ୍ରାମ ର ମୃତ ପୃଥ୍ୱୀରାଜ ଙ୍କ ସ୍ତ୍ରୀ ରୋଜାଲିନ ମିଶ୍ର ।

ଆହୁରି ମଧ୍ୟ ହତ୍ୟାକାରୀଙ୍କ ପ୍ରରୋଚନାରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ସ୍ୱାମୀଙ୍କ ଶବକୁ ବ୍ୟବଚ୍ଛେଦ ନ କରି କେଉଁ ଉଦ୍ଦେଶ୍ୟରେ ରଖି ଘରକୁ ନେଇ ଯିବାକୁ କହିଥିଲେ ବୋଲି ସନ୍ଦେହ କରିଛନ୍ତି ଶ୍ରୀମତୀ ମିଶ୍ର । ମନମୁଣ୍ଡା ପୁଲିସ ଉକ୍ତ ଘଟଣା ର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଗୁହାରି କରିଛନ୍ତି ।