Related Contents

ବାଇକ୍ ଦୁର୍ଘଟଣାରେ ଜୁଇଁ ଶଳାର ମୃତ୍ୟୁ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ମାର୍ଦିଙ୍ଗପଡା ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ଜଣାପଡିଛି ।

ମୃତକ ମାନେ ହେଲେ ଗୁନେଇପଡା ପଞ୍ଚାୟତର ବିଜାଗୁଡାର ମନରାମ ଖରା ବୟସ ୩୫ ଓ ହିକିମ୍ ପୁଟ ପଞ୍ଚାୟତର ବିସ୍ ପୁର୍ ଗାଁର ଲମ୍ବେ ଖିଲ ବୟସ ୨୦। ଏ ଦୁହେଁ ସନ୍ଧ୍ୟା ସମୟରେ ଜୟପୁରରୁ ନିଜ ଗାଁକୁ ଫେରୁଥିବା ସମୟରେ ନିଜ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଯାଇ ମନରାମ୍ ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଲମ୍ବେର କୋରାପୁଟ ମେଡିକାଲରେ ମୃତ୍ୟୁ ହୋଇଥିବା ପୋଲିସ କହିଛି । ଘଟଣାସ୍ଥଳରେ ରାଣିତୋଟା ଫାଣ୍ଡି ଅଧିକାରୀ ନିଳକଣ୍ଠ ମହାନ୍ତି ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ କେସ୍ ନଂ ୨୫/୧୯ ଫାଇଲ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.