ଫନୀ ପ୍ରପୀଡ଼ିତ ଲୋକଙ୍କୁ ସହାୟତା ଦେଲେ ଲୋଇସିଂହା ବିଧାୟକ

ଲୋଇସିଂହା(ବିମଳେନ୍ଦୁ ସାହୁ): ଫନୀ ବାତ୍ୟାରେ ପୀଡିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ବିଧାୟକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟକ୍ତିଗତ ଭାବେ ୫୧ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଫନୀ ବାତ୍ୟାରେ ପ୍ରଭାବିତ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Comments are closed.