Advertisements
Saturday, July 4, 2020
Home Business & Private କାଶିପୁରରେ ମାସର ଅଧାଦିନ ବନ୍ଦ ରହୁଛି ଏଟିଏମ ସେବା

କାଶିପୁରରେ ମାସର ଅଧାଦିନ ବନ୍ଦ ରହୁଛି ଏଟିଏମ ସେବା

କାଶୀପୁର(ଦେବେନ୍ଦ୍ର ନାୟକ): କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଗୋଟିଏ ମାତ୍ର ଏଟିଏମ ଥିବା ବେଳେ ଏହା ମାସର ଅଧାଦିନ କେତେବେଳେ ଖରାପ ଥିବା ଯୋଗୁଁ ତା ଆଉ କେତେବେଳେ ଟଙ୍କାନ ଥିବା ଦର୍ଶାଇ ବନ୍ଦ ରହୁଛି |

ଯାହା ଫଳରେ ଏହି ଏଟିଏମ ଉପରେ ଭରସା କରୁଥିବା ପ୍ରାୟ ୧୨ଟି ପଂଚାୟତର ଲୋକମାନେ ହଇରାଣ ହେଉଛନ୍ତି | ଏଥିପାଇଁ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ | ବର୍ତ୍ତମାନ ଅଜାକୁ ୪ଦିନ ହେଲାଣି ଟଙ୍କା ନ ଥିବା ଦର୍ଶାଇ ବନ୍ଦ ଥିବା ଜଣାପଡିଛି | ଏ ବିଷୟରେ ଆମେ କାଶୀପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ରାୟଗଡା ଜିଲ୍ଲା ଷ୍ଟେଟ ବ୍ୟାଙ୍କ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ହେଉଛି ବୋଲି କହିଛନ୍ତି | କାଶୀପୁରର ଜନସାଧାରଣ ଏହି ଅବ୍ୟବସ୍ଥାକୁ ନେଇ ଆସନ୍ତି ଥିବା ବେଳେ କାଶୀପୁର ଯୁବ ଓକିଲ ତଥା ଯୁବନେତା ଅମିତ କୁମାର ନାୟକ ଏହି ଅବହେଳାର କାରଣ ବ୍ୟାଙ୍କର ମନମୁଖୀ ଶାସନ ବୋଲି କହିଛନ୍ତି | ଏହି ପରିପ୍ରେକ୍ଷୀରେ କଂଗ୍ରେସ ସେବା ଦଳ ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଅନିଲ କୁମାର ଜୈନ ମଧ୍ୟ ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: