Friday, March 29, 2024

Top 5 This Week

Related Posts

୬ ଟି ପଞ୍ଚାୟତକୁ ନେଇ ଥେରୁବାଲି ରେଳ ରୋକ ପାଇଁ ପ୍ରସ୍ତୁତି ବୈଠକ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୦୭/୦୬) : ୬ ଟି ପଞ୍ଚାୟତକୁ ନେଇ ଥେରୁବାଲି ରେଳ ରୋକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ଷ୍ଟେସନରେ ରେଳ ରହଣି ନେଇ ଏକ ଦାବୀ ପତ୍ର ଷ୍ଟେସନ ମାଷ୍ଟର ଜରିଆରେ ଡି ଆର ଏମ ଙ୍କୁ ଦିଆଯାଇଥିଲା । ଏଥିରେ ସ୍ଥାନୀୟ ନେତା ଓ କର୍ମୀମାନେ ଯୋଗଦେଇଥିଲେ ।

ଏହି ନେତୃତ୍ୱ ଥେରୁବାଲି ନାଗରିକ ମଞ୍ଚ ର ସଭାପତି ଏମ ଗୌରୀଶଙ୍କର ରାଓଙ୍କ ନେତୃତ୍ୱରେ ଦିଆଯାଇଥିଲା । ଏଥିରେ ଚେତାବନୀ ଥିଲା କି ଆଗାମୀ ୧୯ ତାରିଖ ଦିନ ମଧ୍ୟରେ ଯଦି ସବୁ ରେଳ ଗାଡି ରହଣୀ ନହେଲେ ୬ ଟି ପଞ୍ଚାୟତକୁ ନେଇ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଲେଖା ରହିଥିଲା । ଏହାର ଆଜି ପର୍ଯ୍ୟନ୍ତ କୌଣସି ଶାନ୍ତି ଜନକ ନିଷ୍ପତି କି ଉତ୍ତର ବିଭାଗ ତରଫରୁ ମିଳି ନଥିବାରୁ ଆଗାମୀ ଆନ୍ଦୋଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମଝି ଘରିଆଣି ମନ୍ଦିର ପ୍ରାଙ୍ଗଣରେ ଦିବା ୧୦ ଘଟିକା ସମୟରେ ବସିଥିଲା ।

ପ୍ରଥମତଃ ସଭାପତି ଶ୍ରୀ ରାଓ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ପ୍ରଦାନ କରିଥିଲେ ପୁନଃ ସର୍ବ ସମତି କ୍ରମେ ପରମେଶ୍ୱର ନିଳଗିରିଙ୍କୁ ସଭାପତି ରୂପେ ଚୟନ କରାଯାଇଥିଲା । ଏହି ବୈଠକରେ ନୂତନ ସଭାପତି ଙ୍କ ନେତୃତ୍ୱରେ ନିଷ୍ପତି ନିଆଯାଇଥିଲା । ଆଗାମୀ ଆନ୍ଦୋଳନ ପାଇଁ ୬ ଖଣ୍ଡ ପଞ୍ଚାୟତ ର ଶତାଧିକ ଲୋକ ଯୋଗଦେବେ ସେଥିପାଇଁ କଣ ସତର୍କ ମୂଳକ ପଦକ୍ଷେପ ନିଆଯିବ ତାହା ଆଲୋଚନା କରାଯାଇଥିଲା ।

ପ୍ରକାଶ ଯୋଗ୍ୟ ଏହି କି ଯେ ଏହି ଷ୍ଟେସନ ଉପରେ ଥେରୁବାଲି, କାର୍ତ୍ତିକଗୁଡ଼ା, ଖେଦପଡା, ପାଇକପଡା, ଡିମ୍ବିରିଗୁଡ଼ା, କେଲୁଗୁଡ଼ା ପଞ୍ଚାୟତ ର ହଜାର ହଜାର ଲୋକ ମାନେ ଉପକୃତ ହେବେ ତତ୍ ସଙ୍ଗେ ସଙ୍ଗେ ଏହି ଷ୍ଟେସନ ନିକଟରେ ଇମ୍ଫା ନାମକ କାରଖାନା ଓ ଓଡ଼ିଶା ର ଦ୍ଵିତୀୟ ବୃହତ ପାୱାର ଗ୍ରୀଡ଼ ଷ୍ଟେସନ ରହିଛି ତେଣୁ ଲୋକଙ୍କ ଯାତାୟାତ ଅହରହ ରୁହେ ଗାଡି ଠିଆ ନ ହେବାରୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି । ତେଣୁ ଏହି ଷ୍ଟେସନରେ ନିହାତି ଗାଡି ରହଣୀ କରିବା କଥା ।

ଏହି ବୈଠକରେ ୬ ପଞ୍ଚାୟତ ର ସମସ୍ତ ସରପଞ୍ଚ ୱାର୍ଡ ସଭ୍ୟ, ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ନକୁଳ ସେନାପତି, ରତନ ନେହୁରୁ, ସଞ୍ଜୟ ପାଣିଗ୍ରାହୀ, ବିଶ୍ୱଜିତ ଗେନ, ପ୍ରଫୁଲ ମିଶ୍ର, କେ. ଅପନା, ଆପିଆ ଅଟକା, ମାନସିଂ ହିକକା, ଏମ. ରାଜେଶ, କମଳ ନୀଳଗିରି, ନିରଞ୍ଜନ ପାତ୍ର, ସୁଶାନ୍ତି କୁତୃକା, ପୂର୍ଣ୍ଣଲୁ କଡ୍ରକା ପ୍ରମୁଖ ଯୋଗ ଦେଇଥିଲେ ।

Popular Articles