Advertisements
Thursday, July 9, 2020
Home headline ବିନିକା ପରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତ୍ରିରଙ୍ଗାକୁ ହରାଇ ପାୱାର ବ୍ଲଷ୍ଟର ଚମ୍ପିୟାନ

ବିନିକା ପରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତ୍ରିରଙ୍ଗାକୁ ହରାଇ ପାୱାର ବ୍ଲଷ୍ଟର ଚମ୍ପିୟାନ

ବିନିକା(ଧ୍ରୁବରାଜ ମିଶ୍ର): ସ୍ଥାନୀୟ ବିନିକା ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ଦୀର୍ଘ ୧ମାସ ଧରି ଆଇପିଏଲ ଢାଞ୍ଚାରେ ଚାଲିଥିବା ୨ୟ ବିନିକା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଉଦଯାପିତ ହୋଇଯାଇଛି | ଅନୁଷ୍ଠିତ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ତ୍ରିରଙ୍ଗା ୟୁଥ କ୍ଳବକୁ ହରାଇ ଏକ ଚମତ୍କାର ବିଜୟ ସହ ପାୱାର ବ୍ଲାଷ୍ଟର ଚଳିତ ବର୍ଷ ଚମ୍ପିୟାନ ହୋଇଛି |

ଟୁର୍ଣ୍ଣାମେଣ୍ଟ ରେ ପ୍ରଥମେ ତ୍ରିରଙ୍ଗା ୟୁଥ କ୍ଲବ ବ୍ୟାଟିଂ କରି ୧୨ଓଭରରେ ୪ ବ୍ଵିକେଟ ହରାଇ ୯୫ରନ ସଂଗ୍ରହ କରିଥିଲା | ଦଳ ପକ୍ଷରୁ ଅଜୁ ୨୪ ଓ ଜିତ ୨୫ ରନ କରିଥିଲେ | ତାର ଜବାବରେ ଏକ ସହଜ ବିଜୟ ଲକ୍ଷ ନେଇ ପାୱାର ବ୍ଲାଷ୍ଟର ୨ ଓପନର ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ | ଫଳରେ ଦଳ ୧ ବ୍ଵିକେଟ ହରାଇ ୯୯ ରନ କରି ବିଜୟୀ ହୋଇଥିଲା | ମ୍ୟାଚ କୁ ଖେଳ ଶିକ୍ଷକ ନରସିଂ ସେଠି ଓ ପ୍ରଦୀପ ମହାଲିଙ୍ଗ ପରିଚାଳନା କରିଥିବା ବେଳେ ମ୍ୟାଚ୍ର ଧରାବିବରଣୀ ଭବାନୀ ଜଗଦଲା ଓ ଶିଶୁ ଭାସ୍ୟକାର ବିକି ସାହୁ ପ୍ରଦାନ କରିଥିଲେ | ସ୍କୋରର ଭାବେ ନରସିଂ ଖଣ୍ଡାୟତ ଦାୟିତ୍ୱ ତୁଲାଇଥିଲେ | ସନ୍ଧ୍ୟାରେ ବିପିଏଲ କମିଟି ସଭାପତି ସନ୍ତୋଷ ବନଛୋର ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାକୁ ଶିକ୍ଷକ ହିମାଂଶୁ ପଣ୍ଡା ସଂଯୋଜନା କରିଥିଲେ |

ଏଥିରେ ମୁଖ୍ୟ ଅତିଥି ଭାବେ ବିନିକା ବ୍ଲକ ଅଧ୍ୟକ ଅଶୋକ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗୀ ପ୍ରଶାନ୍ତ କୁମାର ବାବୁ, ବିନିକା ଥାନା ଅଧିକାରୀ ରାଜେନ୍ଦ୍ର ସମାରିଆ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଖୀରାମ ନାଏକ, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ପଣ୍ଡା, ସଂକରା ସେବା ସମବାୟ ସମିତି ସଭାପତି ଧର୍ମରାଜ ପଣ୍ଡା, ବିଡ଼ିସିସି ବ୍ୟାଙ୍କ ନିର୍ଦେଶକ ତପସ୍ୱିନୀ ମେହେର, ସିଆରପିଏଫ ଯବାନ ସୁନୀଲ କୁମାର ପଣ୍ଡାଙ୍କ ସହ ଅନେକ ବ୍ୟକ୍ତିବିଶେଷ ଯୋଗଦେଇଥିଲେ | ଏହି ସଭାରେ ବିଜୟୀ ପାୱାର ବ୍ଲାଷ୍ଟର ଦଳକୁ ଟ୍ରଫି ସହ ନାଗଡ଼ ୧୫ହଜାର ଟଙ୍କା, ରନର୍ସ ଅପ ତ୍ରିରଙ୍ଗା ଦଳକୁ ୧୦ହଜାର ଟଙ୍କା , ୨ୟ ରନର୍ସ ଅପ ଚିରାଗ ଷ୍ଟାରକୁ ୫ହଜାର ଟଙ୍କା, ପ୍ରଦାନ କରାଯାଇଥିଲା | ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଧ୍ରୁବରାଜ ମିଶ୍ରଙ୍କୁ କମିଟି ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: