Friday, March 29, 2024

Top 5 This Week

Related Posts

ଓଏସଇଏଫଡ଼ି ସଂଘ ତରଫରୁ ଶିକ୍ଷା ମନ୍ତ୍ରୀ ଙ୍କୁ ସ୍ୱାଗତ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୭/୦୬) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଓ ବିଶ୍ୱାସ କୁ ବଜାୟ ରଖି ନିମାପଡ଼ା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାସ ପୁନଶ୍ଚ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ଆଜି ଓଏସଇଏଫଡ଼ି ସଂଘ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଗଲା ।

ଏଥିରେ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ- ଓଏସଇଏଫଡ଼ି ସଂଘ ର ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚ଼ୌଧୁରୀ ଓ ସହ କୋଷାଧ୍ୟକ୍ଷ ରାକେଶ କୁମାର ସାହୁ ମାନ୍ୟବର ମନ୍ତ୍ରୀ ମହୋଦୟ ଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଗଲା । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ର ଶିକ୍ଷା ର ବିକାଶ ନିମନ୍ତେ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ର ରାୟ ଅନୁସାରେ ଓଡ଼ିଶା ରେ କାର୍ଯ୍ୟକାରୀ କରିବାକୁ ମାନ୍ୟବର ମନ୍ତ୍ରୀ ଙ୍କ ସହ ଆଲୋଚ଼ନା କରାଗଲା ।

Popular Articles