ମୁକୁନ୍ଦପୁର ଫାଣ୍ଡିରେ ପ୍ରେମ ବିବାହ, ବାପା କଲେ ତେଜ୍ୟ ପୁତ୍ର

କୋଲନରା(ଗୋପୀନାଥ କଣ୍ଡାଗରୀ): କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ପୋଲିସ ଫାଣ୍ଡିରେ ସେହି ଅଞ୍ଚଳର ଆଦିବାସୀ ନେତା ଏବଂ ରାଜନେତାଙ୍କ ଉପସ୍ଥିତିରେ ବିବାହକାର୍ଯ୍ୟ ସମାପନ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ ମୁକୁନ୍ଦ ପୁର ପଞ୍ଚାୟତର ମୂକୁନ୍ଦପୁର ଗ୍ରାମର ତଳଶାହୀର ସ୍ଥାୟୀ ବାସିନ୍ଦା ଶ୍ରୀ ପାଲି ମୋହନ ରାଓ ଜଣେ ଦଖ୍ୟ ରାଜନେତା ସାଙ୍ଗକୁ ଭଲ କଣ୍ଟ୍ରାକ୍ଟର କାମ କରନ୍ତି | ଉକ୍ତ ମୋହନ ରାଓଙ୍କ ଏକ ମାତ୍ର ଅଳିଅଳ ପୁତ୍ର ଆଜି କାର ମୂଖ୍ୟ ନାୟକ ପାଲ୍ଲୀ ନରେଶ । ପିତା ମାତାଙ୍କର ନୟନ ପିତୁଳା, ଅନ୍ଧର ଲଉଡି ଯାହାକୁ ତା ବାପା ତେଜ୍ୟ ପୁତ୍ର କରିବାକୁ ଆଜି ନିସ୍ପତି ନେଇଛନ୍ତି । ନରେଶ ଜଣେ ଭ୍ୟାନ ଚାଳକ କିନ୍ତୁ କେଉଁ ମାଲିକଙ୍କର ନୁହେଁ ନିଜର ଭ୍ୟାନ ମାନେ ତାର ଜନ୍ମ ଦାତା ପିତା ଶ୍ରୀପାଲୀ ମୋହନ ରାଓଙ୍କର ।ଯାହାକୁ ଅନେକ ସ୍ଵପ୍ନ ଦେଖି ଭ୍ୟାନଟି ପୁଅ ପାଇଁ କିଣିଥିଲେ । କାରଣ ଅପାଠୁଆ ନରେଶ ଅ କି କ କିଛି ଜଣାନାହିଁ । ସେହି ଡ୍ରାଇଭର ନରେଶ ଆଜକୁ ପ୍ରାୟ ଦୁଇ ବର୍ଷ ହେବ କାଟିକଣା ପଞ୍ଚାୟତର ପେହେଲା ଗ୍ରାମର ସାନି ଜିଲ୍ଲାକାରାଙ୍କ ଝିଅ ଅଙ୍କିତା ଜିଲାକାରାଙ୍କ ସହ ପ୍ରେମ ସମ୍ପର୍କ ରଖି ଆସୁଥିଲା । ଆଜକୁ ପ୍ରାୟ ୪ଦିନ ହେବ ଝିଅ ଦେଖା ନ ହେବାରୁ ମୂକୁନ୍ଦପୁର ଫାଣ୍ଡିରେ ରିପୋର୍ଟ ଲେଖି ଜଣାଇଥିଲେ |

ତାକୁ ଆଧାର କରି ଫାଣ୍ଡି ଏଏସଆଇ ମୋହନ ରାଓଙ୍କୁ ଅବଗତ କରାଇଥିଲେ । ତାପରେ ଆଜି ଖୋଜି ଆଣି ଫାଣ୍ଡିରେ ହସ୍ତାନ୍ତର କରିଥିଲେ । ଉପସ୍ଥିତ ସ୍ଥାନୀୟ ଭଦ୍ରବ୍ୟକ୍ତି ଉଭୟ ପକ୍ଷର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କସମ୍ମୂଖରେ ନବ ଦମ୍ପତିଙ୍କୁ ନରେଶ ଏବଂ ଅଙ୍କିତାଙ୍କୁ ପଚରାଉଚରା କରିବାରୁ ବାହାହେବାକୁ ସମ୍ମତି ଜଣାଈଥିଲେ | କିନ୍ତୁ ନରେଶଙ୍କ ପରିବାର ବର୍ଗ ଅଙ୍କିତାକୁ ବହୁ କରି ନେବାକୁ ମନା କରିଦେଲେ । ନରେଶଙ୍କ ବାପା ବହୁ କରିବା ତ ଦୂରର କଥା ନରେଶ ମଧ୍ୟ ମୋର ପୁଅ ନାହିଁ, ଆଜିଠାରୂ ମୁ ତେଜ୍ୟ ପୁତ୍ର କରିବି ବୋଲି କହି ସେହିଠାରୁ ଚାଲିଗଲେ । ଶେଷରେ ଉପସ୍ଥିତ ଭଦ୍ରବ୍ୟକ୍ତି ମାନେ ଏହି ଅଞ୍ଚଳରେ ପିଟିସନ ରାଇଟରକୁ ଡାକି ଚୁକ୍ତିନାମା ଲେଖାଇ ସାଖି ଦସ୍ତଖତ କଲାପରେ ଦୁଇ ଜଣଙ୍କ ବାହାଘର ସଂପନ୍ନ କରାଯାଇଥିଲା |

Comments are closed.