ଯୌତୁକ କୁ କେନ୍ଦ୍ର କରି ସପରିବାର ମିଶି ବୋହୁ କୁ ଆକ୍ରମଣ : ମହିଳା ଥାନା ର ଦ୍ୱାରସ୍ଥ

0
116
ଯୌତୁକ କୁ କେନ୍ଦ୍ର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୦୬/୦୬) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଭୋଇଏସଲାଡ଼ ଗ୍ରାମରେ ଯୌତୁକ କୁ କେନ୍ଦ୍ର କରି ସପରିବାର ମିଶି ବୋହୁ କୁ ଆକ୍ରମଣ ଅଭିଯୋଗ ହୋଇଛି ।WhatsApp Image 2022 06 06 at 6.47.40 PM ଯୌତୁକ କୁ କେନ୍ଦ୍ର କରି ସପରିବାର ମିଶି ବୋହୁ କୁ ଆକ୍ରମଣ : ମହିଳା ଥାନା ର ଦ୍ୱାରସ୍ଥ

ପ୍ରାପ୍ତ ସୂଚନା ଅନୁଯାୟୀ ଟିଟିଲାଗଡ ଥାନା ଅନ୍ତର୍ଗତ ବାହ୍ମଣୀପଡା ଗ୍ରାମ ର ମମତା ଭୋଇ ନିକଟସ୍ଥ ଭୋଇଏସଲାଡ଼ ଗ୍ରାମ ର ମୀନକେତନ ଭୋଇ ଙ୍କୁ ଵିଵାହ କରିଥିଲେ । ତିନି ବର୍ଷୀୟ ଏକ ପୁତ୍ର ସନ୍ତାନ ଥିବା ବେଳେ ବିବାହ ଦିନ ଠାରୁ ମମତା ଙ୍କୁ ଯୌତୁକ କୁ କେନ୍ଦ୍ର କରି ନାନା ପ୍ରକାର ର ନିର୍ଯ୍ୟାତନା ମାନ ଦେଇ ଆସୁଥିବା ବେଳେ ଗତ ରବିବାର ରାତିରେ ମମତା ଙ୍କ ଶାଶୁ, ତାଙ୍କ ବଡ଼ ଶାଶୁ ଓ ନଣନ୍ଦ ମିଶି ଆକ୍ରମଣ କରି ଜୀବନରେ ମାରିଦେବା ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଏପରି କି ଉକ୍ତ ମାଡ଼ ଧର କରୁଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ସହଯୋଗ କରୁଥିବା ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମମତା ଙ୍କ ଶରୀରରେ ବେଶ ହତା ହତ ଚିହ୍ନ ମାନ ରହିଥିବା ବେଳେ ପୋଲିସ ତାଙ୍କୁ ଏକ ମାମଲା ରୁଜୁ କରି ଡାକ୍ତରଖାନା ପଠେଇ ଥିବାବେଳେ ଡ଼ଃ କୃଷ୍ଣଚନ୍ଦ୍ର ପାଲ ଡାକ୍ତରୀ ମାଇନା କରିଛନ୍ତି । ପୋଲିସ ଏ ନେଇ ସବିଶେଷ ତଦନ୍ତ ଚଳାଇ ଥିବା ବେଳେ ମମତା ଓ ତାଙ୍କ ପରିବାର ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।