Related Contents

ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ବ୍ୟାଙ୍କ ସେବା ସମ୍ପୁର୍ଣ୍ଣ ଠପ୍

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ଲମତାପୁଟରେ ଥିବା କିଓସ୍କ ଶାଖା ବ୍ୟାଙ୍କରେ ସମ୍ପୁର୍ଣ୍ଣ ଭାବେ ଗତକାଲି ଅପରାହ୍ନ ଠାରୁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଲମତାପୁଟ ସଦର ମହକୁମା ଠାରେ ଥିବା ଏସ୍ ବି ଆଇ ଶାଖା କିଓସ୍କ ବ୍ୟାଙ୍କ୍ କୁ ଲମତାପୁଟ ଅଞ୍ଚଳ ବହୁତ ହିତାଧିକାରୀ ନିର୍ଭର କରନ୍ତି । କାରଣ ମାଛକୁଣ୍ଡ ଥିବା ମୁଖ୍ୟ ଶାଖାକୁ ଯିବାକୁ ହେଲେ ବହୁତ ବାଟ ଯିବାକୁ ପଡିବ । ତେଣୁ ଲୋକେ ମାନେ ଲମତାପୁଟ ଠାରେ ଥିବା ଶାଖା ଓ ଏଟିଏମ୍ କୁ ନିର୍ଭର କରନ୍ତି । କିନ୍ତୁ ଗତକାଲିଠାରୁ ବିଦ୍ୟୁତ ନ ଥିବାରୁ ଲୋକେ ଆସି ହଇରାଣ ହରକତ ହଉଛନ୍ତି । ସକାଳୁ ଉଠି ଅଖିଆ ଅପିଆରେ ଆସି କୋଉ ଦୋକାନ ବାରଣ୍ଡାରେ କୋଉ ଗଛ ତଳେ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିବା ଦେଖାଯାଇଛି ।

Comments are closed.