Friday, March 29, 2024

Top 5 This Week

Related Posts

ଜବାହର ନବୋଦୟ ବିଦ୍ୟାଳୟ ରେ ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟ ପ୍ରଦର୍ଶନ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୦୬) : ବୌଦ୍ଧ ର ସୁନାମଧନ୍ୟ ସଂଗ୍ରାହକ ଶ୍ରୀ ବିଶ୍ୱନାଥ ମିଶ୍ର ନିଜ ଉଦ୍ଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶ ର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ରେ ପ୍ରଦର୍ଶନ କରିଥିଲେ l

ଏହି ପ୍ରଦର୍ଶନୀରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦ ବୁଲି ଦେଖିଥିଲେ l ଏହି ପ୍ରଦର୍ଶନୀରେ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତି, ମହାପୁରୁଷ ମାନଙ୍କର ବାଣୀ ଓ କର୍ମ, ମୁଦ୍ରା ଆଦି ଡାକ ଟିକଟ ଓ ମୁଦ୍ରା ମାଧ୍ୟମରେ ଅବଗତ କରାଇ ପ୍ରଦର୍ଶନୀ ର ଦୃଷ୍ଟି ଆକର୍ଷଣ କରାଇଥିଲେ l ଜବାହର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଶ୍ରୀ ମିଶ୍ରଙ୍କର ଏହି ମହାନ କାମକୁ ପ୍ରସଂଶା କରିଥିଲେ ଏବଂ ପିଲାମାନଙ୍କୁ ନିଜ ନିଜର ପାଠ ପଢା ବ୍ୟତୀତ ବିରତି ସମୟରେ କିଛି ନୂଆ ଜିନିଷ ତିଆରି କରିବା ବା ସଂରକ୍ଷଣ କରିବା ପାଇଁ ପ୍ରେରଣା ଦେଇଥିଲେ l

Popular Articles