Related Contents

ଶ୍ରୀମତୀ ଇପ୍ସିତା ମହାନ୍ତି ହେଲେ ଚଣ୍ଡିଖୋଲ କୋର୍ଟର ନୂତନ ସିଭିଲ ଜଜ୍

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲାର ଚଣ୍ଡିଖୋଲ କୋର୍ଟର ନୂତନ ସିଭିଲ୍ ଜଜ୍(ଜୁନିୟର ଡିଭିଜନ୍) ତଥା ଜେଏମଏଫସି ଭାବେ ଶ୍ରୀମତୀ ଇପସିତା ମହାନ୍ତି ଆଜି ଯୋଗ ଦେଇ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଏହି ଅବସରରେ ପାରମ୍ପରିକ ଭାବେ ଚଣ୍ଡିଖୋଲ କୋର୍ଟ୍ ବାର୍ ଆସୋସିଏସନ ପକ୍ଷରୁ ଆଜି ଶ୍ରୀମତୀ ମହାନ୍ତିଙ୍କୁ ବାର୍ ରୁମ୍ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ବାର୍ ଆସୋସିଏସନର ସଭାପତି ଜନ୍ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ଭର୍ଦ୍ଧନା ସଭାରେ ଆଇନଜୀବୀ ଉଦୟନାଥ ସାହୁ ସମ୍ପାଦକ ଭାବେ ପ୍ରାରମ୍ଭିକ ବିବରଣୀ ପାଠ କରିବା ସହ ତାଙ୍କୁ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚଣ୍ଡିଖୋଲ କୋର୍ଟର ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ତଥା ସହକାରୀ ଦୌରା ଜଜ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର ଯୋଗଦେଇ ତାଙ୍କୁ ସ୍ୱାଗତ କରିଥିଲେ | ଏହି ଅବସରରେ ବାର୍ ଓ ବେଞ୍ଚ ମଧ୍ୟରେ ସୁସମ୍ପର୍କ ରକ୍ଷା କରି କୋର୍ଟ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଉପ ସଭାପତି ନିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାର୍ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments are closed.