୧୨ ଦଫା ଦାବି ନେଇ ପୁଣି ରାଜ ରାସ୍ତାରେ ଗର୍ଜିଲେ ଅଖିଳ ଭାରତ କୃଷକ ମହାସଭାର ନେତୃବୃନ୍ଦ

0
165
୧୨ ଦଫା ଦାବି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୬/୦୬) : ଆଜି ୦୬/୦୬/୨୦୨୨ ତାରିଖରେ ଅଖିଳ ଭାରତ କୃଷକ ମହାସଭା (AIKM) ତରଫରୁ ଦେଶ ବ୍ୟାପି ସବୁ ଫସଲ ର ସର୍ବନିମ୍ନ ମୂଲ୍ୟ (MSP) ଦିବସରେ ଗୁଣପୁର ନୂଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କୁ ୧୨ ଦଫା ଦାବି ନେଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

୧୨ ଦଫା ଦାବି ମଧ୍ୟରୁ ମୁଖ୍ୟ ଦାବି ଗୁଡିକ ହେଲା :-

୧- କେନ୍ଦ୍ର ସରକାର କୃଷକ ମାନଙ୍କ ସମସ୍ତ ଫସଲ ର ସର୍ବନିମ୍ନ ମୂଲ୍ୟ (MSP) ପ୍ରଦାନ ନିମନ୍ତେ ଆଇନ ପ୍ରଣୟନ କରାଯାଉ ।
୨- କେନ୍ଦ୍ର ସରକାର ୯ ନଭେମ୍ବର ୨୦୨୧ ସଂଯୁକ୍ତ କିଶାନ ମୋର୍ଚ୍ଚା ଦିଲ୍ଲୀ ବର୍ଡର ଆନ୍ଦୋଳନ କୃଷକ ମାନଙ୍କୁ ଲିଖିତ ପ୍ରତିଶ୍ରୁତି କୁ କାର୍ଯ୍ୟକାରୀ କରିଯାଉ ।
୩- ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କା ଏବଂ ୨୦୨୦ ବିଦ୍ୟୁତ ଆଇନ୍ ବନ୍ଦ କରିବା ଓ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ ।
୪- କୃଷକ ମାନଙ୍କ ର ସମସ୍ତ ରୁଣ ଛାଡ ଓ ଭାଗ ଚାଷୀ ସମେତ ସମସ୍ତ ଚାଷୀଙ୍କୁ ସୁଧ ମୁକ୍ତ ସହ ନୂତନ କୃଷି ରୁଣ ଯୋଗାଇ ଦିଆଯାଉ ।
୫- ସମସ୍ତ ଭୂମିହୀନ କୃଷକ, ଆଦିବାସୀ ଏବଂ ଦଳିତ ମାନଙ୍କୁ ଜମି ବଣ୍ଟନ ଏବଂ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉ ।
୬- ଖାଉଟି ଏବଂ କୃଷକ ବିରୋଧି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ରଦ୍ଧ କରାଯାଉ ।
୭- ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ସୁରକ୍ଷିତ ଦେବା ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବା ସହ ୧୧ ଦଫା ଦାବି ନେଇ ଖଜିରିପଦା ଠାରେ ପ୍ରତିବାଦ ସଭା ଅନୁଷ୍ଠିତ କରାଯିବା ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ଅଖିଳ ଭାରତ କୃଷକ ମହାସଭା ତରଫରୁ ଏହି ରାଳିକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ଅଣାସୀମ ଶବର, ବୃନ୍ଦାବନ ବିଡିକ, କୈଳାଶ ଶବର, ରାଇନ ଶବର ପ୍ରମୁଖ ସହଯୋଗ କରିଥିଲେ । ତେବେ ବାରମ୍ବାର ଏପରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ସରକାରଙ୍କ ଏଥିପ୍ରତି ଦୃଷ୍ଟି ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।