Related Contents

ସରକାରୀ ଜାଗାରେ ଥିବା ଇଂଲିଶ ମିଡ଼ିୟମ ବିଦ୍ୟାଳୟକୁ ଭାଙ୍ଗିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କଲେ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତର ଏମ୍.ଭି-୭୯ ଗ୍ରାମର ଇରିଗେସନ କଲୋନୀ ପାଖରେ ଗତ ମାର୍ଚ୍ଚ ୧୪, ୨୦୧୧ ମସିହାରେ ବିଜୟ କୁମାର କରକରାଙ୍କ(ସଭାପତି) ସହାୟତାର ଏକ ଇଂଲିଶ ମିଡ଼ିୟମ ସ୍କୁଲ (ଜୀବନ ବିକାଶ ପବ୍ଲିକ ସ୍କୁଲ) ନାଁରେ ଗଢ଼ି ଉଠିଥିଲା ।

ଏହି ସ୍କୁଲଟି ଦୀର୍ଘ ୪ବର୍ଷ ସ୍ଥାନୀୟ ବହୁ ବରିଷ୍ଠ ବ୍ୟକ୍ତି, ବୁଦ୍ଧିଜୀବି ଓ ଶିକ୍ଷକ ମାନଙ୍କ ସହଯୋଗ ଓ ସହାୟତାରେ ଚାଳିବା ପରେ ମୋଟୁ ତହସିଲର ପୂର୍ବତନ ତହସିଲଦାର ଅନିଲ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ସେଠାରୁ ସ୍ଥାନାନ୍ତରିତ ହୋଇ ଏମ୍,ଭି-୭୯ ମୋଟୁ ରାଜରାସ୍ତା କଡରେ ଥିବା ଏକ ପତିତ ଜାଗାରେ ସ୍କୁଲ ଚଲେଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ ବୋଲି ସ୍କୁଲର ସଭାପତି ବିଜୟ କୁମାର କରକରା କହିଛନ୍ତି । ବର୍ତ୍ତମାନ ସେହି ଜାଗାରେ ଦୀର୍ଘ ୨ବର୍ଷ ହେଲା ସ୍କୁଲ ଚାଲି ଆସୁଛି । ଏଥିପାଇଁ ସଭାପତି ବାରମ୍ବାର ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଲ ମିଳିଲା ନାହିଁ । ବରଂ ସେହି ଜାଗାରେ ସ୍କୁଲ ନ କରିବା ପାଇଁ ପ୍ରସାଶନ ପକ୍ଷରୁ ନୋଟିସ ଦିଆଯାଇଥିଲା । ଶେଷରେ ଗତ ୧୩/୫/୨୦୧୯ ଦିନ କାଲିମେଳା ତହସିଲଦାର ଉମା ଶଙ୍କର ଦଳେଇ, ମୋଟୁ ତହସିଲଦାର ଭବାନୀ ଶଙ୍କର ମିଶ୍ର, ସୁପର ଭାଇଜର କେ.ଚିନ୍ନା ରାଓ, ତାଣ୍ଡବାଇ ଆର.ଆଇ,କେ.ସି ସ୍ୟାଇ ଓ ଏମ୍.ଭି-୭୯ ପୋଲିସ ସହାୟତାରେ ଉକ୍ତ ଜାଗାକୁ ପହଞ୍ଚି ସ୍କୁଲ ସଭାପତି କରକରାଙ୍କୁ ଜାଗା ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ନଚେତ ଡୋଜର ସାହାଯ୍ୟରେ ଭାଙ୍ଗିବାକୁ ବାଧ୍ୟ ହେବୁ ବୋଲି କହିଥିଲେ । କିନ୍ତୁ ସଭାପତି ପ୍ରଥମେ ସ୍କୁଲର ଛାତ୍ରଛାତ୍ରୀ, କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କୁ ନେଇ ପ୍ରଶାସନଙ୍କ ପାଖରେ ନେହୁରା ହେଲେ ଓ ପରେ ଵିରୋଧ ପ୍ରଦର୍ଶନ କରିଥିଲେ । ଖାଲି ଏତିକି ନୁହଁ ଆତ୍ମହତ୍ୟାର ଉଦ୍ୟମ ମଧ୍ୟ କରିଥିଲେ । ହେଲେ ମଧ୍ୟ ପ୍ରଶାସନ କାହା କଥାକୁ ଭୃକ୍ଷେପ ନ କରି ସ୍କୁଲଟିକୁ ଭାଙ୍ଗି ଦେଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ ଏହି ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ କଣ ହେବ।ପ୍ରାୟ ୨୦୦ରୁ ଉର୍ଦ୍ଧ୍ଵ ସବୁ ଜନଜାତିର ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢୁଥିଲେ ଏବଂ ଉପକୃତ ହେଉଥିଲେ। ତେବେ ପ୍ରଶାସନ ଦ୍ବାରା ଭଙ୍ଗାଯାଇଥିବା ସ୍କୁଲର ପ୍ରାୟ ୨୦୦ ଛାତ୍ରଛାତ୍ରୀ ମାନେ କୁଆଡେ ଯିବେ କଣ ହେବ ସେମାନଙ୍କ ଭବିଷ୍ୟତ କିଏ ଗଢ଼ିବ ସେମାନଙ୍କ ଭବିଷ୍ୟତ । ଏ ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ । ଏ ନେଇ କଣ ପଦକ୍ଷେପ ନେଉଛନ୍ତି ଜିଲ୍ଲା ପ୍ରଶାସନ ଦେଖିବାକୁ ବାକି ରହିଲା |

Comments are closed.