Related Contents

ରାୟଗଡ଼ରୁ ଫନି ବାତ୍ୟାରେ କ୍ଷତି ଗ୍ରସ୍ତଙ୍କୁ ୧୦୦୧୪୩ ଟଙ୍କା ସାହାଯ୍ୟ ପ୍ରଦାନ

ରାୟଗଡା ଜ଼ିଲ୍ଲା ପ୍ରତିନିଧି(ଅମୁଲ୍ୟ ନିଶଙ୍କ): ରାୟଗଡାର ନାଗରିକ ମଞ୍ଚ ତଥା ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା , ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଡାକ୍ତର ଏମ ବିବେକ ଶ୍ରବଣ ଗତ କିଛିଦିନ ହେଲା ରାୟଗଡା ସହରରେ ବୁଲି ପ୍ରତ୍ୟକ ବ୍ୟକ୍ତି ବ୍ୟବସାୟୀ ଅନୁଷ୍ଠାନ ସମସ୍ତଙ୍କ ପାଖକୁ ଯାଇ ଫନି ବାତ୍ୟାରେ ପୀଡିତ ଲୋକଙ୍କ ନିମନ୍ତେ ସାହାଯ୍ୟ ପାଇଁ ଅର୍ଥ ରାଶି ୧୦୦୧୪୩ ଟଙ୍କା ଆଦାୟ କରିଥିଲେ |

ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପୋଲିସ ରାୟଗଡ଼ ନାଗରିକ ମଞ୍ଚ ସହ ମିଶି ଏହି ଅର୍ଥ ରାଶି ଆଦାୟ କରିଥିଲେ | ଆଜି ଏହି ଅର୍ଥ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି | ନାଗରିକ ମଞ୍ଚ ତରଫରୁ ବାଦଲ ଥା, ରବୀନ୍ଦ୍ର ପାଟଖଣ୍ଡଳ, ରଶ୍ମିରଂଜନ ଦୋରା, ଦେବାଶିଷ ଖାଡ଼ଙ୍ଗା, ଡାକ୍ତର ଦୁଷ୍ମନ୍ତ ମହାନ୍ତି, ଜ଼ିଲ୍ଲା ଆରକ୍ଷୀ ଅଧକ୍ଷ ପୋଲିସ ଡାକ୍ତର ଏମ ବିବେକ ଶ୍ରବଣ ପ୍ରମୁଖ ଉପସ୍ଥିତ ରହି ଏହି ଆଦାୟ ଅର୍ଥ ରାଶିକୁ ଜ଼ିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ | ରାୟଗଡ଼ ନଗରୀକ ମଞ୍ଚ ଏମିତି ଅସୁବିଧା ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଆସୁଛି ଲୋକଙ୍କ ଦୁଃଖ ଦୁର୍ଦଶା ସମୟରେ ଛିଡାହେବା ଏହି ନାଗରିକ ମଞ୍ଚର ଉଦେଶ୍ୟ ବୋଲି ବାଦଲ ଥା ଓ ଦେବାଶିଷ ଖାଡ଼ଙ୍ଗା ଜଣାଇଛନ୍ତି |

Comments are closed.