Related Contents

ବାଲ୍ୟ ବିବାହ ବନ୍ଦ କଲା ଚାଇଲଡ଼ ଲାଇନ

ପଡିଆ(ନୟମି ଖରା): ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ପଞ୍ଚାୟତର ଏମ ପି ଭି ୫୭ଗ୍ରାମରେ ଘଟିବାକୁ ଯାଉଥିଲା ଏକ ବାଲ୍ୟବିବାହ |

ଏଇଠି ହେଉଥିବା ବାଲ୍ୟ ବିବାହ ବିଷୟରେ ଚାଇଲଡ଼ ଲାଇନକୁ ଖବର ଆସିବାରୁ କଲିମେଳା ସିଡ଼ିପିଓଙ୍କ ସହ ଚାଇଲଡ଼ ଲାଇନ କାଲିମେଳା ଟିମ ଯାଇ ବିବାହ କାର୍ଯ୍ୟ ବନ୍ଦ କରିଥିଲେ | ସେହିଠାରୁ ବିବାହ ହେବାକୁ ଥିବା ନାବାଳିକାଟିକୁ ଉଦ୍ଧାର କରିଥିଲେ | ଉଦ୍ଧାର ପରେ ନାବାଳିକାକୁ ମାଲକାନଗିରି ସିଡବ୍ଳ୍ଉସିକୁ ସ୍ଥାନାନ୍ତର କରାଯାଇଥିଲା ।

Comments are closed.