Thursday, March 28, 2024

Top 5 This Week

Related Posts

ଜନତା ସଂଘ ତରଫରୁ ମାଗଣା ରେ ଚିକିତ୍ସା ଯୋଗାଇବା ପାଇଁ ଜରୁରୀ ବୈଠକ ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୫/୦୬) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ରେଳ ଭାରତ ର ଅନ୍ୟତମ ପ୍ରମୁଖ ରେଳ ଜଙ୍କକ୍ସନ ହୋଇଥିବା ତଥା ପଡୋଶୀ ରାଜ୍ୟ ଓ ଜିଲ୍ଲା କୁ ସଂଯୋଗ କରୁଥିବା ରୁ ଏହି ଟିଟିଲାଗଡ ଡାକ୍ତରଖାନାରେ ଅସଂଖ୍ୟ ଗୁରୁତର ରୋଗୀ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି । ଜନତା ସଂଘ ତରଫରୁ ମାଗଣା ରେ ଚିକିତ୍ସା ଯୋଗାଇବା ପାଇଁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିଭିନ୍ନ ସମସ୍ୟା ଵିଶେଷ କରି ଏହି ଡାକ୍ତରଖାନା ପଦ ପଦବୀ ଗୁଡିକ ଯୋଗୁଁ ନାହିଁ ନାହିଁ ରେ ଚାଲିଛି ଚିକିତ୍ସା ସେବା । ବାରମ୍ବାର ଦାବି ସତ୍ତ୍ୱେ ଉକ୍ତ ସମସ୍ୟା ର ସେହିପରି ନାହିଁ ନାହିଁ ରେ ଚାଲିଛି । ଏଭଳି ସ୍ଥିତିରେ ଅନ୍ୟତ୍ର ଗୁରୁତର ହୋଇ ଚିକିତ୍ସା ପାଇଁ ଯାଇ ଜୀବନ ସହ ଖେଳ ଖେଳା ଯାଉଥିବା ସାର ପାଲଟିଛି । ଜନତା ସଂଘ ତରଫରୁ ମାଗଣା ରେ ଚିକିତ୍ସା ଯୋଗାଇବା ପାଇଁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ନିୟମିତ ଭାବେ ପ୍ରଚୁର ଆକ୍ରାନ୍ତ ରୋଗୀ ଆସି ରକ୍ତ ଅଭାଵ ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦେଖାଯାଉଛି । ରକ୍ତଦାତା ସଂଗ୍ରହ କରି ରକ୍ତ ଦାନ କରେଇବା ନିରୀହ ରୋଗୀଙ୍କ ସମ୍ପର୍କୀୟ ଙ୍କ ପାଇଁ କାଠିକର ପାଠ ହୋଇଛି । କିଛି ଯୁବ ସ୍ୱେଚ୍ଛାସେବୀ ଏହି ନିରୀହ ଙ୍କୁ ରକ୍ତଦାତା ଯୋଗାଡ଼ କରେଇଦେବା ଯୋଗୁଁ ଉକ୍ତ ଗୁରୁତର ଅମୂଲ୍ୟ ଜୀବନ ରକ୍ଷା ପାଇ ଯାଉଛି ।

ସେହିପରି ରକ୍ତ ଭଣ୍ଡ।ର ପରିଚାଳକ ପରୀକ୍ଷକ, ରକ୍ତ ସଂଗ୍ରହକ, ମୁଖ୍ୟ ପରିକ୍ଷକ ଏଭଳି ମାତ୍ର କେତୋଟି ପଦବୀ ଯୋଗୁଁ କର୍ମଚାରୀ ଓ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ଏଣୁ ଜନସେବା ସଙ୍ଘ ତରଫରୁ ଏକ ଜରୁରୀ ବୈଠକ ଆୟୋଜନ କରାଯାଇ କିଭଳି ସମସ୍ତେ ସୁବିଧାରେ ରକ୍ତ ପାଇ ପାରିବେ ତଥା ମାଗଣାରେ ଚିକିତ୍ସା ତଥା ଅନ୍ୟ ଆନୁସଙ୍ଗିକ ଆବଶ୍ୟକ ଉପକରଣ ପାଇପାରିବେ ଓ ରୋଗୀ ଙ୍କ ସମ୍ପର୍କୀୟ ମାଗଣାରେ ରହିବା ଓ ଖାଇବା ପାଇବେ ସେ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।

ତିନି ଜଣ ରକ୍ତଦାତା ଦୁଇ ଜଣ ଅସହାୟ ଗୁରୁତର ରୋଗୀ ଙ୍କୁ ରକ୍ତ ଦାନ କରିଥିଲେ । ଆଗାମୀ ଦିନରେ ଏ ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ କରିବା ଧାର୍ଯ୍ୟ ହୋଇଥିଲା । ଟିଟିଲାଗଡ ଜନସେବା ସଙ୍ଘ, ଯୁବଜାଗରଣ ମଞ୍ଚ, ଷ୍ଟୁଡେଣ୍ଟ କ୍ଲବ, ପ୍ରମୁଖ ଅନେକ ସଂଗଠନ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Popular Articles