ମାନବିକତାର ପରିଚୟ ଦେଇଛନ୍ତି ଯୁବକ, ୪୫ହଜାର ଟଙ୍କାଥିବା ପର୍ସ ଫେରାଇଲେ

ଗାଇସିଲେଟ(ରିଙ୍କୁ ସାହୁ): ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଗ୍ରାମର ମୁକେଶ କୁମାର ସାହୁ (୨୪) କିଛି କାମ ପାଇଁ ଗାଇସିଲେଟ ଷ୍ଟେଟ ବ୍ୟାଙ୍କରୁ ନଗଦ ୪୫ ହଜାର ଟଙ୍କା ଉଠାଇ ଫେରୁଥିଲେ ଘରକୁ । ଫେରିବା ସମୟରେ ନାଥପାଲି ଛକ ନିକଟରେ ତାଙ୍କର ପକେଟରୁ ପଇସା ଥିବା ପର୍ସ ରାସ୍ତାରେ ପଡ଼ିଗଲା ।

କିଛି ସମୟ ପରେ ସେହି ରାସ୍ତାରେ ଆସୁଥିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଅମଲିପାଲିର ରାଧାକାନ୍ତ ପଟେଲ | ସେହି ପଇସା ଭରା ପର୍ସଟି ପଟେଲଙ୍କ ହସ୍ତଗତ ହୋଇଥିଲା । ରାଧାକାନ୍ତ ମନରେ ଭାବିଲେ କାହା ପର୍ସକୁ ଖୋଲିବା ବା ଦେଖିବା ଅନୁଚିତ ଓ ତାକୁ ପେପରରେ ଘୋଡାଇ ଘରକୁ ଆଣିଲେ । ବିଭିନ୍ନ ସୋସିଆଲ ମେଡିଆରେ ଏହାର ଛବି ପ୍ରଚାର କରିବା ପାଇଁ ପ୍ରୟାସ୍ କରିଥିବା ବେଲେ ଏହା ରାଇସଲପଦର ମୁକେଶ କୁମାର ସାହୁଙ୍କ ବୋଲି ସଠିକ ଖବର ପାଇଲେ । ତାଙ୍କୁ ଘରକୁ ଡକାଇ ପର୍ସଟି ମୁକେଶଙ୍କୁ ହସ୍ତଗତ କଲେ । ଆଜିକାର ଦିନ ମାନଙ୍କରେ ଏମିତି ମାନବିକତା ବହୁତ କମ ଦେଖିବାରେ ମିଳିଥାଏ । ୪୫ହଜାର ନଗଦ ଥିବା ପରେ ମଧ୍ୟ ଲୋଭରେ ନ ପଡ଼ି ରାଧାକାନ୍ତ ପଟେଲ ପର୍ସ ଫେରାଇ ଦେଇଥିବା କଥା ଏବେ ଚର୍ଚ୍ଚାର ପାତ୍ର ହୋଇଛନ୍ତି ଏବଂ ଆମ ସମାଜକୁ ମାନବିକତା ବର୍ତମାନ ମଧ୍ୟ ବଞ୍ଚି ଥିବାର ଏକ ଉଦାହରଣ ପ୍ରଦାନ କରିଛନ୍ତି ।

Comments are closed.