Thursday, March 28, 2024

Top 5 This Week

Related Posts

ବୀରନରସିଂହପୁର ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା (୦୫/୦୬) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ବୀରନରସିଂହପୁର ଠାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସଭାପତିତ୍ୱରେ ଏଜ ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ସଭାକୁ ସଂଯୋଜନା କରିଥିଲେ l ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପରିବେଶବିତ ତଥା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଯୋଗଦେଇ ପରିବେଶ ପ୍ରତି ସମସ୍ତେ ସଜାଗ ହୋଇ କର୍ତ୍ତବ୍ୟ କରିବାକୁ ପଡିବ ନଚେତ ମଣିଷ ସମାଜ କରୋନା ଭଳି ଆହୁରି ମହାମାରୀକୁ ସାମ୍ନା କରିବାକୁ ପଡିବ l ନିଜେ ନିଜେ ବିଲୋପ ଆଡକୁ ଗତି ନକରି ନିଜେ ପରିବେଶ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ l

ମୁଖ୍ୟ ଅତିଥି ଭାବେ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଯୋଗଦାନ କରି ପରିବେଶ ସୁରକ୍ଷା ପ୍ରତି ମାନବ ସମାଜର ଗୁରୁ ଦାୟିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହିତ ଜିଲ୍ଲା ସ୍ତରରେ ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଯୋଗଦାନ କରିଥିଲେ l

Popular Articles