Thursday, March 28, 2024

Top 5 This Week

Related Posts

ବିଶ୍ଵ ପରିବେଶ ଦିବସ ପାଳନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୫/୦୬) : ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ ସଭାଗୃହ ଠାରେ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି ।WhatsApp Image 2022 06 05 at 7.54.32 PM ବିଶ୍ଵ ପରିବେଶ ଦିବସ ପାଳନ

ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ନବନି୍ତ କୁମାର, ରାମଗଡ଼ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରଭାସିନୀ ଯୋଶୀ ଯୋଗଦେଇଥିଲେ । ଜାତୀୟ ଯୁବ ସ୍ଵେଚ୍ଛାସେବୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ପରିବେଶ ଦିବସ କଣ, କାହିଁକି ପାଳନ କରିବା ସେ ସମ୍ପର୍କରେ ଜିଲ୍ଲା ଯୁବ ଅଧିକାରୀ ନବନିତ୍ କୁମାର ସେ ବିଷୟରେ ବୁଝାଇଥିଲେ । ପରେ ସମସ୍ତ ପ୍ରତିଭାଗୀ ମିଶି ବୃକ୍ଷରୋପଣ କରିଥିଲେ । ଉପସ୍ଥିତ ସମସ୍ତ ପ୍ରତିଭାଗୀଙ୍କୁ ଔଷଧୀୟ ବୃକ୍ଷ ପ୍ରଦାନ କରାଯାଇଥିଲା । ଶେଷରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ମନୋଜ ଭୋକ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles