ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୫/୦୬) : ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ ସଭାଗୃହ ଠାରେ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି ।
ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ନବନି୍ତ କୁମାର, ରାମଗଡ଼ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରଭାସିନୀ ଯୋଶୀ ଯୋଗଦେଇଥିଲେ । ଜାତୀୟ ଯୁବ ସ୍ଵେଚ୍ଛାସେବୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ପରିବେଶ ଦିବସ କଣ, କାହିଁକି ପାଳନ କରିବା ସେ ସମ୍ପର୍କରେ ଜିଲ୍ଲା ଯୁବ ଅଧିକାରୀ ନବନିତ୍ କୁମାର ସେ ବିଷୟରେ ବୁଝାଇଥିଲେ । ପରେ ସମସ୍ତ ପ୍ରତିଭାଗୀ ମିଶି ବୃକ୍ଷରୋପଣ କରିଥିଲେ । ଉପସ୍ଥିତ ସମସ୍ତ ପ୍ରତିଭାଗୀଙ୍କୁ ଔଷଧୀୟ ବୃକ୍ଷ ପ୍ରଦାନ କରାଯାଇଥିଲା । ଶେଷରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ମନୋଜ ଭୋକ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।