Related Contents

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଭ୍ୟାନ, ଜଣେ ମୃତ

କାଶୀପୁର(ଦେବେନ୍ଦ୍ର ନାୟକ): କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତର ବନ୍ଧମାଣ୍ଡି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି |

ସୂଚନା ଥାଉକି ଯେ ଗତକାଲି ଅପରାହ୍ନରେ ଏକ ବାଲି ବୋଝେଇ ଭ୍ୟାନ (ଗାଡି ନ. ଓଆର ୧୮ଏ ୭୭୪୮) ଭାରସାମ୍ୟ ହରାଇ ଏକ ବଟ ଗଛରେ ପିଟି ହୋଇଥିବା ବେଳେ ଗାଡିର ହେଲପର ଚିନୁ ନାୟକ (୧୮) ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି | ଘଟଣା ସ୍ଥଳରେ ପୋଲିସ ପହଂଚି ଆଜି ସକାଳେ ଶବ ବ୍ୟବଚ୍ଛେଦ କରି ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି |

Comments are closed.