Friday, March 29, 2024

Top 5 This Week

Related Posts

ଫାଇଦା ହାସଲ ପାଇଁ ପୈତୃକ ପରିଚୟ ଲୁଚାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ : ବିଜେଡିରେ ସାମିଲ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା.(୦୫/୦୬) : ଫାଇଦା ହାସଲ ପାଇଁ ପୈତୃକ ପରିଚୟ ଲୁଚାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ! ଅତୀତରେ ଖାଇବାକୁ ନପାଇ ପିଲାବିକ୍ରୀ, ଛୁଆବିକ୍ରୀ ଭଲି ଅନେକ ଘଟଣାରେ କଳାହାଣ୍ଡି ଜିଲ୍ଲା ବଦନାମ ହୋଇଥିବା ବେଳେ ବର୍ତ୍ତମାନ କଳାହାଣ୍ଡି ର ସାମାଜିକ, ଅର୍ଥନୈତିକ ସ୍ଥତି ବଦଳିବାରେ ଲାଗିଛି । ସେଦିନର ଭୋକର ଭୂଗୋଳ ଆଉ ନାହିଁ । କଳାହାଣ୍ଡି ଆଜି ଶସ୍ୟ ଶ୍ୟାମଳା ହେବା ସହ ଉନ୍ନତି ପଥରେ ଆଗେଇ ଚାଲିଛି ।

ଆଜିର ପିଲା ସବୁବେଳେ ନିଜର ପୈତୃକ ପରିଚୟ ନେଇ ସମ୍ମାନ ର ସହ ବଞ୍ଚିବାକୁ ପ୍ରୟାସ କରିଥାଏ ହେଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ନିଜର ପ୍ରକୃତ ପୈତୃକ ପରିଚୟ ଲୁଚାଇ ଥିବାର ସାଧାରଣରେ ଆଲୋଚନା ହେଉଛି । ତତ୍କାଳୀନ କଂଗ୍ରେସ ନେତା ଙ୍କ ଜନ୍ମିତ ପୁତ୍ର ହୋଇଥିବା ବେଳେ ନିଜସ୍ୱ ଫାଇଦା ନିମନ୍ତେ ନିଜ ଜନ୍ମଦାତାଙ୍କ ପରିଚୟ ଲୁଚାଇ ଅନ୍ୟର ପରିଚୟରେ ପରିଚିତ ହେବା ପଛରେ ନିଶ୍ଚିତ ଭାବେ କୌଣସି ନା କୌଣସି ଅଭିସନ୍ଧି ଥାଇପାରେ ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି ।

ଅତୀତରେ ବ୍ୟାପକ ଭାବେ କଳା କାରବାରରେ ସାମିଲ ଥିବା ରାଜୀବ ଅଗ୍ରୱାଲ ବିଗତ ଦିନରେ ଫାଇଦା ହାସଲ ପାଇଁ ରାଜସ୍ୱ ବିଭାଗରେ ଦଲାଲି କରି ପ୍ରଚୁର ଅର୍ଥ ଉପାର୍ଜନ କରିଥିବା ଅଭିଯୋଗ ହୋଇଥିଲା । ସରକାରଙ୍କ ନୀତି ନିୟମ ଆଖିରେ ଧୂଳି ଦେଇ ଅସାଧୁ ପଦାଧିକାରୀଙ୍କ ଦ୍ୱାରା ଗଳାବାଟ ମାଧ୍ୟମରେ ସରକାରୀ ରାଜସ୍ୱ କୁ ଅନଦେଖା କରାଯାଇ ଅନେକ ଅସାଧ୍ୟ କାର୍ଯ୍ୟ କରାଇନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ହାର୍ଡୱେର ବ୍ୟବସାୟ ରେ ବ୍ୟାପକ କଳା କାରବାର କରି ଟିକସ ଫାଙ୍କି କରିଥିବା ମଧ୍ୟ ଅଭିଯୋଗ ହୁଏ । ଏସବୁ କାରବାର ସଂପର୍କରେ ଅଧିକ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

ଇତି ମଧ୍ୟରେ ଅନେକ ରାସ୍ତାଘଟ ନିର୍ମାଣରେ ବ୍ୟାପକ ଅନିୟମିତତା, ଖାଦ୍ୟ ଯୋଗାଣ ଓ ପରିବହନରେ ବ୍ୟାପକ ଜାଲିଆତି କାରବାର, ବେଆଇନ ଜମି ଜାଲିଆତିରେ ସାମିଲ ଥିବା ଜନୈକ ଠିକାଦାର ଙ୍କ ମାଧ୍ୟମରେ ଶାସକ ଦଳ ର ନେତାମନ୍ତ୍ରୀ ମାନଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ନିକଟତମ ମହଲରୁ ଜଣାପଡିଛି । କାଳିଆ ନାମକ ସଂପୃକ୍ତ ଠିକାଦାର କଳାହାଣ୍ଡି ଦାୟୀତ୍ୱରେ ଥିବା ନେତା ମନ୍ତ୍ରୀ ମାନଙ୍କ ପାଖକୁ ସିଧାସଳଖ ପହଞ୍ଚି ନିଜ କଳା କାରନାମା ର ସୁରକ୍ଷା ଦେଉଥିବା ପାରୁଥିବା ଦାବୀ କରୁଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଥିବା ବେଳେ ସେହି କାଳିଆ ଭରସାରେ ଏବେ ରାଜୀବ ଅଗ୍ରୱାଲ ମଧ୍ୟ ନିଜ ସମ୍ରାଜ୍ୟ ବଂଚାଇବାର ପ୍ରୟାସ କରୁଥିବା ସାଧାରଣରେ ଆଲୋଚନା ହେଉଛି ।

ନିଜର ଅର୍ଥବଳରେ ସ୍ୱାଧିନ ଭାବେ କୌଣସି ରାଜନୈତିକ ଦଳ ରେ ସାମିଲ ନହୋଇ ସସ୍ତ୍ରୀକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହୋଇପାରିଥିବା ଦାବୀ କରୁଥିବା ରାଜୀବ ଅଗ୍ରୱାଲ ଏବେ ଶାସକ ଦଳର ହେଭିୱେଟ ନେତାଙ୍କ ପାଖକୁ କାଳିଆ ମାଧ୍ୟମରେ ଯାଇଥିବା ଜଣାପଡିଛି । ନିଜକୁ କୋଟୀପତି ଭାବି ଅନ୍ୟକୁ ହେୟ ମନେକରୁଥିବା ରାଜୀବ ନିଜର ଅର୍ଥବଳରେ ଜନୈକ ମିଲ ମାଲିକଙ୍କ ଠୁ ନିଜ ଅଧିନରେ ରଖିଥିବା ବେଳେ ହୁଏତ ଅର୍ଥବଳରେ ରାଜନେତା ମାନଙ୍କ ଆଶୀର୍ବାଦରେ କଳା ସାମ୍ରାଜ୍ୟ ବିସ୍ତାର କରିବାକୁ ଯୋଜନା କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଶାସକ ଦଳ ତରଫରୁ କେବେବି କଳା କାରନାମାକୁ ପ୍ରଶ୍ରୟ ଦିଆଯାଏ ନାହିଁ ବୋଲି ରାଜନୀତିରେ ପାଦ ଥାପିଥିବା ରାଜୀବ ହୁଏତ ଜାଣିନଥିବ ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ସୂତ୍ରରୁ ପ୍ରକାଶ ।

କଳାହାଣ୍ଡି ଜିଲ୍ଲାରେ ଉନ୍ନୟନ ମୂଲକ କାର୍ଯ୍ୟରେ ପ୍ରାୟ ୨୫ ଶତକଡା ଟଙ୍କାର ପିସି କାରବାର ହେଉଥିବା ଭିଡିଓ ଭାଇରାଲ ହେଉଥିବା ବେଳେ ଇତିମଧ୍ୟରେ କୋକସରା ବ୍ଲକରେ ଅଧ୍ୟକ୍ଷା ଙ୍କ ପିସି ସହିତ ଉପାଧ୍ୟକ୍ଷଙ୍କ ପିସି ମଧ୍ୟ ଯୋଡି ଦିଆଯାଉଥିବା କୁହାଯାଉଛି । କୋକସରା ବ୍ଲକରେ ଥିବା ସମସ୍ତ ଯନ୍ତ୍ରୀ ମାନଙ୍କୁ ଡାକି ସମସ୍ତ ଉନ୍ନୟନ ମୂଲକ କାର୍ଯ୍ୟରେ ଯେତେସବୁ ସାମଗ୍ରୀ ଲାଗିବ ତାହା ରାଜୀବଙ୍କ ହାର୍ଡୱେର ଦୋକାନରୁ ଅଣାଯିବାକୁ ମୌଖିକ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି । ଏ ସଂପର୍କରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଙ୍କୁ ଯୋଗାଯୋଗ କରିବାରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Popular Articles