ଗାଧେଇବାକୁ ଯାଇ ଜୀବନ ଗଲା

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ସଦର ଥାନା ଅନ୍ତର୍ଗତ ବୈତରଣୀ ନଦୀର ରୁଡ଼ିଆ ଆନିକଟ ନିକଟରେ ଗାଧୋଉଥିବା ବେଳେ ବୁଡିଯାଇ ୨ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକ ସ୍ଥାନୀୟ ଯାଜପୁର ମୁନସିପାଲଟି ଅଞ୍ଚଳର ମହମ୍ମଦ ଅନୱର ହୋଦା (୨୦) ଓ ସେକ ମୋଯସମ (୨୬) ବୋଲି ଜଣାପଡିଛି । ଆଜି ୫ଜଣ ଯୁବକ ସାଙ୍ଗ ହୋଇ ଗାଧୋଇବା ପାଇଁ ବୈତରଣୀ ନଦୀର ରୁଡ଼ିଆସ୍ଥିତ ଆନିକଟକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ୨ଜଣ ଯୁବକ ବୁଡିଯାଇଥିଲେ । ଅନ୍ୟ ୩ସାଙ୍ଗ ଆସି ଦମକଳ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ କର୍ମଚାରୀ ସେଠାରେ ପହଂଚି ଖୋଜାଖୋଜି କରିବା ପରେ ୨ଜଣଙ୍କ ମୃତଦେହକୁ ସେଠାରୁ ଉଦ୍ଧାର କରିଥିଲେ ।

Comments are closed.