Thursday, March 28, 2024

Top 5 This Week

Related Posts

ଭାରତୀୟ ହକି ଦଳ କୁ ଅଭିନନ୍ଦନ ଜଣାଇଲେ ନବରଙ୍ଗପୁର ଜିଲ୍ଲାପାଳ ଓ କର୍ମଚାରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୫/୮) : ୧୯୮୦ ମସିହା ପରେ ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଚ ପଦ ହାସଲ କରିବା ଖବର ଶୁଣି ସାରା ଦେଶରେ ଆନନ୍ଦ ଉଲ୍ଲାସର ଲହରୀ ଖେଳି ଯାଉଥିବା ସମୟରେ, ସେଥିରୁ ନବରଙ୍ଗପୁର ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ ।

ଆଜି ସକାଳୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ସହିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ହାତରେ ଜାତୀୟ ପତାକା ସହିତ ହକି ବାଡ଼ି ଧରି ଭାରତୀୟ ହକି ଦଳ କୁ ଅଭିନନ୍ଦନ ଜଣାଇ ପରସ୍ପର ପରସ୍ପରଙ୍କୁ ମିଠା ଖୁଆଇ ଅଭିନନ୍ଦ ଜଣାଇବା ର ଦେଖା ଦେଇଥିଲା ।

ଜିଲ୍ଲାପାଳ ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନିଲ, ଖଣ୍ଡିୟ ବନ ଅଧିକାରୀ ମଗର ଧନଜି ରାଓସ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସମସ୍ତ ଡେପୁଟି ଜିଲ୍ଲାପାଳ, ସମସ୍ତ ସହାୟକ ଜିଲ୍ଲାପାଳ, ଜିଲ୍ଲା ସୂଚନା ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles