Related Contents

ଅନିଲ ମେମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କଲ୍ୟାଣସିଂହପୁର (ଅକ୍ଷୟ କୁମାର ପିଡିସିକା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଅନ୍ତର୍ଗତ ନାରାୟନପୁର ପଞ୍ଚାୟତ ପଡେଇକାନି ଠାରେ ଅନିଲ ମେମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତରଫରୁ ଆଜି ଶୁଭ ଉଦଘାଟନ କରାଯାଇଥିଲା |

ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ ପୂର୍ବତନ ସରପଞ୍ଚ ଶ୍ରୀ ଦନସିଂ ତିମାକା, ସମିତି ସଭ୍ୟ ଶ୍ରୀ ସୁବାଷ ତିମାକା ପ୍ରଥମେ ସ୍ପିଚ ମଧ୍ୟରେ ଯାଇ ମେଚଟିକୁ ଆରମ୍ଭ କରିଥିଲେ । ଅନିଲ ପିତା ଶ୍ରୀ ବନମାଳୀ କାଡ୍ରାକା ଓ ମାତା ଶ୍ରୀମତି ଲକ୍ଷ୍ମୀ କାଡ୍ରାକା ଉପସ୍ଥିତ ଥିବାବେଳେ ପଡେଇକାନି ଏସିସିସି କ୍ରିକେଟ କ୍ଳବର ସମସ୍ତ ଖେଳାଳି ଓ ପଡେଇକାନି ଗ୍ରାମବାସୀ ଉପସ୍ଥିତ ଥିଲେ | ଉଦଘାଟନ ମ୍ୟାଚ ଭାତପରିସୀ ଓ ପୁରୁନାଭଟା ମଧ୍ୟରେ ଆରମ୍ଭ କରାଯାଇଥିଲା | ଉଦଘାଟନ ମ୍ୟାଚକୁ ପ୍ରଥମ ଏମ୍ପାୟାର ଶ୍ରୀ ପରମେଶ୍ୱର ପିଡ଼ିସିକା ଦ୍ୱିତୀୟ ଏମ୍ପାୟାର ଭାବେ ଆପାରାଓ ପିଡ଼ିସିକା ଖେଳ ଆରମ୍ଭ କରାଇଥିଲେ ।

Comments are closed.