Related Contents

ସଚେତନତାର ଅଭାବରୁ ଆଉ ଦିଶୁନାହାନ୍ତି ଘର ଚଟିଆ

ବିନିକା(ଧ୍ରୁବରାଜ ମିଶ୍ର): ଘର ଚଟିଆଙ୍କ ବଂଶ ଲୋପ ପାଇବାରେ ଲାଗିଛି ବୋଲି କୁହାଯାଉଛି | ମାତ୍ର ବାସ୍ତବରେ ସୁବର୍ଣ୍ଣପୁର ଜିଲ୍ଲାର କେତେକ ସ୍ଥାନରେ ଘର ଚଟିଆ ଥିବା ଦେଖିବାକୁ ମିଳୁଛି | ଗ୍ରାମବାସୀଙ୍କ କହିବା ଅନୁଯାୟୀ ସଚେତନତା ଅଭାବରୁ ଘର ଚଟିଆଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ |

ଘର ଚଟିଆ ଗୋଟିଏ ଛୋଟିଆ ପକ୍ଷୀ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ବେଶ ଖୁସି ଉନ୍ମାଦନା ସୃଷ୍ଟି କରିଥାଏ | ଟିକିରି ମିକିରି ଶବ୍ଦ କରି ଘର ଚାରିପାଖେ ବୁଲିବା ସହ ଘର ଭିତର ଚଳରେ ଘର ଚଟିଆ ବସା ବାନ୍ଧିଥାଏ | ଲୋକଙ୍କ ସହ ସତେ ଯେମିତି ତାର ସମ୍ପର୍କ ଏ ନେଇ ବନ ଜଙ୍ଗଲ ବା ଗଛ ମାନଙ୍କରେ ନ ରହି ବିଶେଷ କରି ନାଦ ଛପର ଘର ମାନଙ୍କରେ ଏହିମାନେ ବସା ବାନ୍ଧିଥାନ୍ତି | ବର୍ତ୍ତମାନ ସମୟର ପରିବର୍ତ୍ତନ ସାଙ୍ଗକୁ ସବୁ କିଛି ବଦଳି ଗଲାଣି | ଲୋକଙ୍କ ଚଳଣି ବାସଗୃହ ମଧ୍ୟ ବଦଳିଗଲାଣି | ମୋବାଇଲ ଯୁଗ ସାଙ୍ଗକୁ କଚ୍ଚା ଘର ଠାରୁ ପକ୍କା ଘର ତିଆରି ପାଇଁ ସରକାର ଲୋକଙ୍କୁ ଯୋଗାଇ ଦେଉଛନ୍ତି | ସରକାରଙ୍କ ଏହି ଘୋଷଣା ଲୋକଙ୍କ ପାଇଁ ଖୁସି ଆଣିଦେଉଥିବା ବେଳେ ଘର ଚଟିଆଙ୍କ ପାଇଁ ତାହା କାଳ ସାଜିଛି | ପ୍ରାୟ ଚାଲ ଘର ପକ୍କା ଘରରେ ପରିଣତ ହେବାପରେ ଘର ଚଟିଆଙ୍କ ସଂଖ୍ୟା ମଧ୍ୟ କମିଯାଇଛି | ଫଳରେ ଘର ଚଟିଆ ବସପଯୋଗୀ କରିବା ନେଇ ଅସୁବିଧା ପାଇବା ସହ ଅନ୍ୟତ୍ର ଚାଲି ଯାଉଛନ୍ତି | ଖାଲି ସେତିକି ନୁହେଁ ମୋବାଇଲ ବ୍ୟବହାର ସାଙ୍ଗକୁ ଟାୱାର ମାନ ବଢ଼ୁଥିବାରୁ ଏହି ଟାୱାର ରୁ ବାହାରୁଥିବା ମାଇକ୍ରୋ ୱେଭ ତରଙ୍ଗ ଯୋଗୁଁ କୁଆଡେ ଘର ଚଟିଆଙ୍କ ସଂଖ୍ୟା ବିଶେଷ ଭାବରେ କମି ଗଲାଣି |

ଯାହାକି ଏ ନେଇ ପ୍ରକୃତି ଓ ପକ୍ଷୀପ୍ରେମୀ ମାନଙ୍କ ମନରେ ଆଘାତ ଆଣିଛି ବୋଲି କୁହାଯାଉଛି | ଅନ୍ୟ ପକ୍ଷରେ ବିନିକା ଅଂଚଳରେ ଥିବା ପାହାଡ଼ ତଟବର୍ତ୍ତୀ ମଫସଲି ଗାଁ ମାନଙ୍କରେ ଏହି ଘର ଚଟିଆଙ୍କ ଟିକିରି ମିକିରି ଶବ୍ଦ ଶୁଣିବାକୁ ମିଳୁଛି | ତେବେ ସଚେତନତା ର ଅଭାବରୁ ଏହି ପକ୍ଷୀଙ୍କ ବଂଶ ଲୋପ ପାଉଥିବା ପ୍ରକୃତି ପ୍ରେମୀ ତଥା ସ୍ବେଚ୍ଛାସେବୀ ନିରାକାର କର୍ଣ୍ଣ ପ୍ରକାଶ କରିଛନ୍ତି | ତେଣୁ ଏହି ଘର ଚଟିଆଙ୍କ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଗଲେ ଘର ଚଟିଆଙ୍କ ସେହି ଟିକିରି ମିକିରି ଶବ୍ଦ ଗୁଞ୍ଜରଣ ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି |

Comments are closed.