Related Contents

ଗୌଡ଼ଗୁଡାବାସୀଙ୍କ ପାଇଁ ଚୁଆ ପାଣି ଭରସା

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ସରକାର ପକ୍ଷରୁ ନାନା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତ ଅନେକ ଗ୍ରାମାଞ୍ଚଳ ଲୋକେ |

ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମହୁଲି ପଞ୍ଚାୟତ ଅନ୍ତର୍ଗତ କୋଟା ଛକ ନିକଟରେ ଥିବା ଗୌଡ଼ଗୁଡା ଗ୍ରାମରେ | ଏହି ଗ୍ରାମରେ ବସବାସ କରୁଥିବା କିଛି ପରିବାରର ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏହି ଗ୍ରାମରେ ନଳକୂପଟିଏ ନଥିବାରୁ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇ ଭରସା କରିବାକୁ ପଡୁଛି ଚୁହା ପାଣି ଉପରେ । ଯେଉଁଠି ପିଲାଙ୍କ ଗାଧୁଆ ଠାରୁ ଆରମ୍ଭ କରି ସୌଚ ପର୍ଯ୍ୟନ୍ତ ଆବଶ୍ୟକୀୟ ସବୁ କାର୍ଯ୍ୟ ପାଇଁ ଏହି ପାଣିକୁ ବ୍ୟବହାର କରିବାକୁ ପଡେ । ବେଳେ ବେଳେ ପଶୁ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ଯାଇ ଚୁହା ପାଣି ଦୂଷିତ ହେଲେ ମଧ୍ୟ ତାହାକୁ ଲୋକ ମାନେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି |

ଗ୍ରାମବାସି ବାରବାର ପ୍ରଶାସନ ପାଖରେ ଗୁହାରି କଲେ ବି କାହାର ନଜର ମଧ୍ୟ୍ୟ ପଡୁନଥିବା ଅଭଯୋଗ ହୋଇଛି | ଏଣୁ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ୍ୟ ହେବେ ବୋଲି ଗ୍ରାମବାସି ଚେତାବନୀ ଦେଇଛନ୍ତି |

Comments are closed.