ମୁରିବାହାଲ ଚେରେଗୁଡ଼ି ଜଙ୍ଗଲରୁ ଶାଗୁଆନ କାଠ ଜବତ

ମୁରିବାହାଲ(ଭଗବାନ ମହାନ୍ତି /ନିମାଇଁ ଚରଣ ବଘାର): ବଲାଙ୍ଗିର ମୁରିବାହାଲ ଚେରେଗୁଡ଼ି ଜଙ୍ଗଲରୁ ବିପୁଳ ପରିମାଣରେ ଶାଗୁଆନ କାଠ ବଙ୍ଗି ଚୋରି ହେଉଥିବା ଅଭିଯୋଗ ହେଇଥିଲା |

ମୁରିବାହାଲ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ଟିମ ମିଳିଥିବା ସୂଚନା ଅନୁସାରେ ରାତି ୨ଟାରେ ସ୍ପେସିଆଲ ସ୍କୁଆଡ଼ ମୁରିବାହାଲ ବନଖଣ୍ଡ ଅଧିକାରି ଶ୍ରୀ ନାୟକ, ଫରେଷ୍ଟର କାମେଶ୍ୱର ତାଣ୍ଡି, ଫରେଷ୍ଟଗାର୍ଡ଼ ବିରଂଚି କୁମ୍ଭାର ଅଚାନକ ସୂଚନା ପାଇ ଅତର୍କିତ ଚଢ଼ଉ କରିଥିଲେ | ଦୁଇଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଇଥିବାବେଳେ ଆଉ ଜଣେ ଚମ୍ପଟ ମାରିଥିଲେ | ଧରାପଡିଥିବା ଅଭିଯୁକ୍ତ ଦୁଇ ଜଣ ହେଲେ ଭୈରବ ଭୋଇ(ପି. ଧୂବା ) ଓ ସରୋଜ ଖେତୀ (ପି. ଘାଷି), ଉଭୟ ମୁରିବାହାଲ ର ବୋଲି ଜଣାପଡିଛି | ଫେରାର ଅଭିଯୁକ୍ତ ହେଲେ ମହେଶ୍ୱର ଭୋଇ (ପି. ଧର୍ମୁ ଭୋଇ), ସେ ମଧ୍ୟ ମୁରିବାହାଲ ବାସିନ୍ଦା ବୋଲି ଜଣାପଡିଛି |

ସେମାନଙ୍କ ଠାରୁ ଅନେକ କାଠ ଜବତ ହୋଇଛି ଯେପରିକି ୧୪.୨୬ ସିଏଫଟି ର ୬ଖଣ୍ଡ ଶାଗୁଆନ କାଠ, କରତ, ୪ଖଣ୍ଡ ଦଉଡି, ଗୋଟେ କୁରାଢ଼ୀ, ୨ଟି ସାଇକେଲ ଯାହାର ଆନୁମାନିକ ମୂଲ୍ୟ ୩୦,୦୦୦ ଟଙ୍କା ହେବବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି | ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଓଏଫ ନିୟମ ୧୯୭୨ ଅନୁଯାୟୀ ୨୭,୫୬ ଓ ୮୩ ଓ ଟି ଟି ନିୟମ ୧୯୮୦ ଅନୁଯାୟୀ ୪,୧୨ ଓ ୨୧ ରେ ମୁରିବାହାଲ ବନଖଣ୍ଡ ଅଧିକାରୀ ଶ୍ରୀ ନାୟକ ଅଭିଯୁକ୍ତଙ୍କୁ ଗିରଫ କରି ଟିଟିଲାଗଡ କୋର୍ଟ ଚାଲାଣ କରିଥିବା ଜଣାଇଛନ୍ତି |

Comments are closed.