ଶିବଙ୍କ ଘରୁ ବାହାରିଲେ ୧୪ଟି ନାଗ ସାପ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମର ଶିବ ପ୍ରସାଦ ଜେନାଙ୍କ ଘରୁ ୧୩ଟି ନାଗଛୁଆ ସହିତ ମା ନାଗସାପ ଉଦ୍ଧାର ହୋଇଛି ।

ଯାଜପୁରରୋଡ ବନବିଭାଗ ଏବଂ ସ୍ନେ୍କ୍ ହେଲ୍ପ ଲାଇନର ମିଳିତ ଉଦ୍ୟମରେ ଏହି ସାପଗୁଡିକ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଶିବପ୍ରସାଦ ଜେନାଙ୍କ ଘର ଲୋକେ ପ୍ରଥମେ ଗୋଟିଏ ନାଗସାପ ଘରେ ପଶୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ବନବିଭାଗକୁ ଜଣାଇଥିଲେ ।

ବନବିଭାଗର ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇ ସାପ ଉଦ୍ଧାର ପାଇଁ ଡକାଇଥିଲେ । ସ୍ନେକ୍ ହେଲ୍ପ ଲାଇନର ମଣିଭଦ୍ର ମଲ୍ଲିକଙ୍କ ନେତୃତ୍ବରେ ହେଲ୍ପ ଲାଇନର ଦୁଇ ଜଣିଆ ସଦସ୍ୟ ଓ ବନବିଭାଗର କର୍ମଚାରୀ ସେଠାକୁ ଯାଇ ୧୨ ଗୋଟି ଛୁଆ ନାଗଙ୍କ ସହିତ ମା ନାଗକୁ ଉଦ୍ଧାର କରିଥିଲେ । ମା ଓ ଛୁଆ ସାପ ଗୁଡିକର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ବନବିଭାଗର ଅଧିକାରୀ । ସେଗୁଡିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସେ କହିଛନ୍ତି ।

Comments are closed.