Related Contents

ବିଜେଡ଼ିିରୁ ବିଦା ହେଲେ ବରୀ ବ୍ଲକ ସଭାପତି ସେକ୍ ସଫିକ୍ ଉଦ୍ଦିନ

ଯାଜପୁର(ସତ୍ୟଜିତ ବାରିକ): ବିଜେଡିର ବରୀ ବ୍ଲକ ସଭାପତି ଥିବା ଶେଖ ସଫିଉଦ୍ଧିନଙ୍କୁ ଓରଫ ଟାଲିଙ୍କୁ ଆଜି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରିଛନ୍ତି ।

ଶେଖ ସଫିଉଦ୍ଧିନ ଓରଫ ଟାଲିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି । ବରୀ ନିର୍ବାଚନମଣ୍ଡଳୀରେ ଟାଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକଙ୍କର ଖାସ ଅନୁଗତ ଓ କ୍ଷମତା କେନ୍ଦ୍ର ଭାବେ ବରୀ ନିର୍ବାଚନ ମଣ୍ଡଳୀରେ ଖୁବ୍ ପରିଚିତ | ରାଜନୀତି ଗୋଟି ଚାଳନାରେ ମାହିର । ତେବେ ଗତ ସାଧାରଣ ନିର୍ବାଚନ ବେଳେ ଦେବାଶିଷ ନାୟକଙ୍କୁ ବିଜେଡ଼ି ଟିକେଟ ମିଳିନଥିଲା । ଅପରପକ୍ଷରେ ବିଜେପିରୁ ଆସିଥିବା ବରୀ ବ୍ଲକ୍ ଅଧକ୍ଷା ସୁନନ୍ଦା ଦାସଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା । ଯାହାକୁ ନେଇ ବିଜେଡ଼ିରେ ବେଶ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ଏମିତିକି ଦଳର ଅନେକ ନେତା ଓ କର୍ମୀ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା ।

Comments are closed.