Thursday, March 28, 2024

Top 5 This Week

Related Posts

ବାରବାଟୀ ଷ୍ଟାଡିୟମରେ ଟି-୨୦ : ଓସିଏ ର ଅଗ୍ନି ନିରାପତ୍ତା ବ୍ୟବସ୍ଥା

ରିପୋର୍ଟ : ରାମନାଥ ଗନ୍ତାୟତ
କଟକ, (୦୪/୦୬) : ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଷ୍ଟାଡିୟମରେ ଅଗ୍ନି ନିର୍ବାପନ ବ୍ୟବସ୍ଥାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ।

ବର୍ତ୍ତମାନ ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିର୍ବାପନ ନେଇ ସ୍ଥାୟୀ ବ୍ୟବସ୍ଥା ନଥିବା ବେଳେ ଓସିଏ ଅସ୍ଥାୟୀ ବ୍ୟବସ୍ଥା ନେଇ ଉଦ୍ୟମ ଜାରି ରଖିଛି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପାଇଁ ଫାୟାର ବଲ ମଗାଯାଇଛି । ପ୍ରାୟ ୩୦ ଟି ଫାୟାର ବଲ ଅର୍ଡର ଦିଆଯାଇଛି । ଯଦି କୌଣସି ସ୍ଥାନରେ ନିଆଁ ଲାଗେ ତେବେ ଏହି ବଲ ନିଆଁ ଉପରକୁ ଫୋପାଡିଲେ ନିଆଁ ଲିଭିଯିବ ।

ଏହା ସହ ଅଗ୍ନିଶମ ବିଭାଗ ର ବ୍ୟବସ୍ଥା ବାଦ୍ ଓସିଏ ପ୍ରାୟ ୨୦ ଜଣ ଫାୟାରମ୍ୟାନ୍ ଓ ୧୦ ଜଣ ସୁପରଭାଇଜରଙ୍କୁ ନିୟୋଜନ କରାଯିବ । ଏମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବେ । ପ୍ରତି ୧୫ ମିଟରରେ ଗୋଟିଏ ଲେଖାଏଁ ଫାୟାର ସିଲିଣ୍ଡର ରହିବ । ଯେଉଁଥିରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଉପଲବ୍ଧ ରହିବ । ଏହା ସହ ଷ୍ଟାଡିୟମ୍ ପରିସରରେ ଯଦି କୌଣସି କାରଣରୁ ବିଦ୍ୟୁତ୍ ସଂଯୋଗ କଟିଯାଏ କିମ୍ବା କୌଣସି ଅକସ୍ମାତ ଦୁର୍ଘଟଣା ଘଟିଲେ ରେଡିୟମ୍ ସାଇନ୍ଏଜ୍ ବ୍ୟବସ୍ଥା କରାଯାଇଛି । ଫଳରେ ଅନ୍ଧାରରେ ମଧ୍ୟ ଦର୍ଶକ ସାଇନ୍ ଏଜକୁ ଦେଖି ସୁରକ୍ଷିତ ସ୍ଥାନକୁ ଯାଇପାରିବେ ।

କ’ଣ ଏହି ଫାୟାର ବଲ ?

– ଫାୟାର ବଲ ଦେଖିବାକୁ ଏକ ଫୁଟବଲ ଭଳି
– ଏହାକୁ ଅଟୋ ଫାୟାର ଅଫ୍ ବୋଲି କୁହାଯାଏ
– ନିଆଁ ଲିଭାଇବା ପାଇଁ ଏହାକୁ ଅପରେଟ୍ କରିବାକୁ ପଡେ ନାହିଁ
– କୌଣସି ପ୍ରକାର ନିଆଁ ସଂସ୍ପର୍ଶରେ ଆସିଲେ ଏହା ଫାଟି ଯାଇଥାଏ
– ନିଆଁ ସଂସ୍ପର୍ଶରେ ଆସିବାର ୩ ରୁ ୫ ସେକେଣ୍ଡରେ ଫାଟି ଯାଏ
– ବଲର ଓଜନ ପାଖାପାଖି ୧ କିଲୋ ୩ ଶହ ଗ୍ରାମ ହୋଇଥାଏ
– ଫାୟାର ବଲ ଭିତରେ ଡ୍ରାଏ କେମିକାଲ ପାଉଡର ରହିଥାଏ
– ଫାୟାର ବଲ ବ୍ୟବହାର ପାଇଁ କୌଣସି ଟ୍ରେନିଂ ଆବଶ୍ୟକତା ନାହିଁ
– ଥରେ କିଣିବା ପରେ ବିନା ଖର୍ଚ୍ଚରେ ୫ ବର୍ଷ ପର୍ଯ୍ୟନ୍ତ ରଖି ହେବ

Popular Articles