Thursday, March 28, 2024

Top 5 This Week

Related Posts

ସିଙ୍ଗରୁର ଲୋକସଭା ଉପନିର୍ବାଚନ ନେଇ ପଞ୍ଜାବରେ ରାଜନୀତି ସରଗରମ

ରିପୋର୍ଟ : ରାମନାଥ ଗନ୍ତାୟତ
ପଞ୍ଜାବ/ଭୁବନେଶ୍ୱର, (୦୪/୦୬) : ଚଣ୍ଡିଗଡ ର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବ ର ରାଜନୀତି ସରଗରମ ହେଉଥିବା ଜଣାପଡୁଛି । ଆସନ୍ତା ଜୁନ୍ ୨୩ ତାରିଖରେ ସିଙ୍ଗରୁର ଲୋକସଭା ଉପନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ କିଏ କେଉଁ ଦଳରୁ ନାମାଙ୍କନ ପତ୍ର ଦାଖଲ କରିବେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି ।

ଆମ ଆଦମୀ ପାର୍ଟି ପକ୍ଷରୁ ସିଙ୍ଗରୁର ଲୋକସଭା ଉପନିର୍ବାଚନ ପାଇଁ ସିଙ୍ଗୁର ଜିଲ୍ଲା ପ୍ରଧାନ ଗୁରମେଲ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ର ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର । କାରଣ ସିଙ୍ଗର ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କ ବାପା ବଲକୌର ସିଂହଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ କଂଗ୍ରେସ ପ୍ରଧାନ ଅମରିନ୍ଦର ସିଂହ ସୁପାରିଶ କରିଥିବା ଜଣାପଡିଛି ।

ଅନ୍ୟପଟେ ବିଜେପି ମଧ୍ୟ ନିଜ ପ୍ରାର୍ଥୀ ଚୟନ କରିଥିବା ଜଣାପଡିଛି । ବିଜେପି ଏହି ଆସନ ପାଇଁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ସିନୀଲ ଜାଖଡ ଓ ସୁଖଦେବ ସିଂହ ଡିଡସାଙ୍କ ମଧ୍ୟ କାହାକୁ ପ୍ରାର୍ଥୀ ଘୋଷଣା କରିବାର ସୂଚନା ରହିଛି ।

Popular Articles