Related Contents

ଫନି ବିପନ୍ନଙ୍କୁ ଚନ୍ଦ୍ରପୁର ପୋଲିସ ପକ୍ଷରୁ ସହାୟତା ପ୍ରଦାନ

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ପୋଲିସ ପକ୍ଷରୁ ଫନ୍ନି ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି |

ଚନ୍ଦ୍ରପୁର ପୋଲିସ ଆଇଆଇସି ଶ୍ରୀ ସୁନୀଲ ଅରୁନ କୁମାର ନାୟକ, ଆଇଏସଆଇ ଶ୍ରୀ ଯୁଧିଷ୍ଟିର ଗରଡା ଓ ଅନ୍ୟ ପୋଲିସ କର୍ମଚାରୀ ମିଶି ଚନ୍ଦ୍ରପୁର ବ୍ଲକର ବିଭିନ୍ନ ପଂଚାୟତ ବୁଲି ଆବଶ୍ୟକ ସାମଗ୍ରୀ ସଂଗ୍ରହ କରି ଯଥା ଚାଉଳ, ଚ଼ୂଡା, ଡାଲି, ଡେକଚି, ଆଳୁ, ପାଣି ଫନ୍ନୀ ବାତ୍ୟା ବିପନ୍ନଙ୍କ ନିକଟକୁ ରାୟଗଡା ପୋଲିସଙ୍କ ସହାୟତାରେ ପଠାଯିବ ବୋଲି ଚ଼ଦ୍ରପୁର ପୋଲିସ ଆଇଆଇସି ଶ୍ରୀ ନାୟକ କହିଛନ୍ତି | ଏପରି କାର୍ଯ୍ୟକ୍ରମକୁ ଦେଖି ଚନ୍ଦ୍ରପୁର ଅଂଚଳ ବାସି ପ୍ରଶଂସା କରିଛନ୍ତି |

Comments are closed.