Related Contents

ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଧର୍ମଶାଳା ଡାକ୍ତରଖାନାରେ ଉତ୍ତେଜନା

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଧର୍ମଶାଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରସୂତିର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା ।

ଉତ୍ୟକ୍ତ ଲୋକେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଟେବୁଲ୍ ଚେୟାର ଫିଙ୍ଗା ଫିଙ୍ଗି କରିଛନ୍ତି । ସୋମବାର ଅପରାହ୍ନରେ ସ୍ଥାନୀୟ ଭବାନୀପୁର ଗ୍ରାମର ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା ପରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ହେଲେ ମହିଳାଙ୍କ ପ୍ରବଳ ରକ୍ତଶ୍ରାବ ହୋଇଥିଲା ।

ଚିକିତ୍ସା ପରେ ରକ୍ତଶ୍ରାବ ବନ୍ଦ ନ ହେବାରୁ ଧର୍ମଶାଳା ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିଲେ । ହେଲେ କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ରାତିରେ ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଉତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।

Comments are closed.